ଇସ୍ରାଏଲ୍‌ ସେନାକୁ ବଡ଼ ସଫଳତା, ହମାସ୍‌ ମୁଖ୍ୟ ମାରୱାନ ଇସା ଅଣ୍ଡରଗ୍ରାଉଣ୍ଡ ଅପରେସନରେ ନିପାତ

ଇସ୍ରାଏଲ୍ ସେନାକୁ ଗାଜାରେ ମିଳିଛି ବଡ଼ ସଫଳତା । ଇସ୍ରାଏଲ ସେନା ଏକ ଅଣ୍ଡରଗ୍ରାଉଣ୍ଡ ଅପରେସନରେ ହମାସ ଆତଙ୍କୀ ସଙ୍ଗଠନର କର୍ମଚାରୀ ମୁଖ୍ୟ ମାରୱାନ ଇସାଙ୍କୁ ନିପାତ କରିଛି ।

ଇସ୍ରାଏଲ୍ ସେନାକୁ ଗାଜାରେ ମିଳିଛି ବଡ଼ ସଫଳତା । ଇସ୍ରାଏଲ ସେନା ଏକ ଅଣ୍ଡରଗ୍ରାଉଣ୍ଡ ଅପରେସନରେ ହମାସ ଆତଙ୍କୀ ସଙ୍ଗଠନର କର୍ମଚାରୀ ମୁଖ୍ୟ ମାରୱାନ ଇସାଙ୍କୁ ନିପାତ କରିଛି । ସେନା ଏହି ଅପରେସନର ଭିଡିଓ ମଧ୍ୟ ଜାରି କରିଛି ।

ଯଦିଓ ପ୍ରଥମେ ସେନା ‘ଏକ୍ସ’ ପୋଷ୍ଟରେ କହିଥିଲା ଯେ ଅପରେସନ୍ ଅଣ୍ଡରଗ୍ରାଉଣ୍ଡ ହେତୁ ଏହା ସ୍ପଷ୍ଟ ହୋଇନାହିଁ କି, ହେମାସ୍ ମୁଖ୍ୟ ମାରୱାନଙ୍କୁ ନିପାତ କରାଯାଇଛି କି ନାହିଁ । ଏହି ଅଞ୍ଚଳରେ କୌଣସି ଇସ୍ରାଏଲ୍ ବନ୍ଧକ ମଧ୍ୟ ନ ଥିଲେ । କିନ୍ତୁ କିଛି ସମୟ ପରେ ସେନା ଆଉ ଏକ ପୋଷ୍ଟ କରିଥିଲା, ଯେଉଁଥିରେ କୁହାଯାଇଥିଲା କି, ହମାସ ଆତଙ୍କବାଦୀ ମାରୱାନ୍ ଇସାଙ୍କୁ ନିପାତ କରିଦିଆଯାଇଛି ।

ମାରୱାନଙ୍କୁ ମାରିବା ଇସ୍ରାଏଲ୍ ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । କାରଣ, ଏହି ଆତଙ୍କବାଦୀଙ୍କ ପାଖରେ ହମାସ ସଙ୍ଗଠନର ସୈନ୍ୟ ସଞ୍ଚାଳନର ସମ୍ପୂର୍ଣ୍ଣ କମାଣ୍ଡ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ହମାସର ଅଧିକାଂଶ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ମାରୱାନ୍ ଇସାଙ୍କୁ ମଧ୍ୟ ଇସ୍ରାଏଲ୍ ସେନା ଦୀର୍ଘ ଦିନ ଧରି ଖୋଜୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.