ନିଆରା ଢଙ୍ଗରେ ଚାଲିଛି ସାମୂହିକ ବିବାହ, ଦୀର୍ଘ ବର୍ଷ ପରେ ପୁର୍ନବିବାହ କରିଛନ୍ତି ୫୦ ଜଣ ଦମ୍ପତି

ଝାରସୁଗୁଡାରେ ଚାଲିଛି ନିଆରା ବାହାଘର । ବରିଷ୍ଠ ନାଗରିକ ହେବା ପରେ ସେମାନଙ୍କ ସନ୍ତାନମାନେ ବାପା ମା' ଙ୍କର ପୁଣିଥରେ ବାହାଘର କରାଉଛନ୍ତି । ଝାଡ଼ଖଣ୍ଡ ଶ୍ରୀବାରୀ ସେବାଦଳ ଝାରସୁଗୁଡା ଶାଖା କର୍ମକର୍ତ୍ତାଙ୍କ ଦ୍ଵାରା ଏହି ଷଷ୍ଠୀ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଝାରସୁଗୁଡା ରେଳବାଇ କଲୋନୀ ରାମମନ୍ଦିର ପରିସରରେ ମନ୍ତ୍ର ଶ୍ଳୋକ ସହ ୫୦ ଦମ୍ପତିଙ୍କ ପୁନର୍ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

ମନ୍ତ୍ର ପାଠ ସହ ଖୁବ ନିଆରା ଢଙ୍ଗରେ ଚାଲିଛି ବାହାଘର । କାରଣ ଏଠି ବାହା ହେଉଥିବା ବର କନ୍ୟା ସବୁ ପୂର୍ବରୁ ବିବାହିତ । ପୁନର୍ବାର ଏଭଳି ଏକ ନିଆରା ଢଙ୍ଗରେ ସାମୂହିକ ଭାବେ ଏମାନେ ପରଷ୍ପରକୁ କରୁଛନ୍ତି ଦ୍ୱିତୀୟ ବିବାହ । ଏହି ସବୁ ବର କନ୍ୟା ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ବହୁ ବର୍ଷ ପୂର୍ବେ ଏମାନେ ପରଷ୍ପରକୁ ବିବାହ କରିସାରିଥିଲେ, କିନ୍ତୁ ଏବେ ଏମାନେ ସବୁ ପୁଣିଥରେ କରୁଛନ୍ତି ଦ୍ୱିତୀୟ ବିବାହ । ଆଉ ଦ୍ୱିତୀୟ ବିବାହ କରିବା ପଛରେ ରହିଛି ଏକ ନିଆରା କାରଣ ।

ତେବେ ଆସନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ଖବର ପଛର ରହସ୍ୟ ବିଷୟରେ ଜାଣିବା । ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ବି ଏ ଘଟଣା ପୂରା ବାସ୍ତବ । ତେବେ ଝାରସୁଗୁଡାରେ ଚାଲିଛି ଏଭଳି ନିଆରା ବାହାଘର । ବରିଷ୍ଠ ନାଗରିକ ହେବା ପରେ ସେମାନଙ୍କ ସନ୍ତାନମାନେ ବାପା ମା’ ଙ୍କର ପୁଣିଥରେ ବାହାଘର କରାଉଛନ୍ତି । ଝାଡ଼ଖଣ୍ଡ ଶ୍ରୀବାରୀ ସେବାଦଳ ଝାରସୁଗୁଡା ଶାଖା କର୍ମକର୍ତ୍ତାଙ୍କ ଦ୍ଵାରା ଏହି ଷଷ୍ଠୀ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଝାରସୁଗୁଡା ରେଳବାଇ କଲୋନୀ ରାମମନ୍ଦିର ପରିସରରେ ମନ୍ତ୍ର ଶ୍ଳୋକ ସହ ୫୦ ଦମ୍ପତିଙ୍କ ପୁନର୍ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।

ଖୁବ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ଏହି ବାହାଘର । ବାହାଘର ସହ ଭୋଜିଭାତ ଏବେ ନାଚଗୀତର ବେଶ ମଜା ଉଠାଇଛନ୍ତି ଏହି ବର କନ୍ୟାଙ୍କ ସମ୍ପର୍କୀୟମାନେ । ତେବେ ଚଳିତ ବର୍ଷ ଠାରୁ ପ୍ରତିବର୍ଷ ଏଭଳି ନିଆରା ଢଙ୍ଗରେ ସାମୂହିକ ବିବାହ କରାଯିବ ବୋଲି ସୂଚନା ମିଳିଛି । ବରିଷ୍ଠ ନାଗରିକ ମାନଙ୍କର ହେଉଛି ପୁର୍ନବିବାହ ସତରେ ଯେମିତି ସେମାନଙ୍କ ମନେ ପଡିଯାଉଛି ସେଇ ପୁରୁଣା ଦିନ ବୋଲି କହିଛନ୍ତି ସମସ୍ତ ଦମ୍ପତି । ପୁନର୍ବିବାହ କରି ଏହି ସମସ୍ତ ଦମ୍ପତି ଖୁବ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.