Below header

ବିଶ୍ବକପ କ୍ରିକେଟ ଫାଇନାଲ ୨୦୨୩ରେ କାହିଁକି ହାରିଲା ଭାରତ ? କୈଫଙ୍କ ଚାଞ୍ଚଲ୍ୟକର ବୟାନ

 ବିଶ୍ବକପ କ୍ରିକେଟ ଫାଇନାଲ ୨୦୨୩ରେ କାହିଁକି ହାରିଲା ଭାରତ ? ପରାଜୟର ପ୍ରାୟ ୪ମାସ ପରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଫାଇନାଲ ମ୍ୟାଚ ପୂର୍ବରୁ ଜାଣିଶୁଣି ପିଚ୍ କୁ ଖରାପ କରାଯାଇଥିଲା।

ବିଶ୍ବକପ କ୍ରିକେଟ ଫାଇନାଲ ୨୦୨୩ରେ କାହିଁକି ହାରିଲା ଭାରତ ? ପରାଜୟର ପ୍ରାୟ ୪ମାସ ପରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଫାଇନାଲ ମ୍ୟାଚ ପୂର୍ବରୁ ଜାଣିଶୁଣି ପିଚ୍ କୁ ଖରାପ କରାଯାଇଥିଲା। ଟିମ୍ ଇଣ୍ଡିଆ କ୍ରିକେଟରଙ୍କୁ ସୁହାଇବା ଭଳି ପିଚକୁ ସ୍ଲୋ କରିଦିଆଯାଇଥିଲା। ଏହା ସହ ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ଓ ତତ୍କାଳୀନ କୋଚ ରାହୁଲ ଦ୍ରାବିଡଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି।

ଉଭୟ ଫାଇନାଲ ମ୍ୟାଚ ପୂର୍ବରୁ ପିଚ ନିରୀକ୍ଷଣ ମଧ୍ୟ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି କୈଫ। ଏକ ନ୍ଯୁଜ ପୋର୍ଟାଲକୁ ସାକ୍ଷାତକାର ବେଳେ ଏହି ଅଭିଯୋଗ ଆଣିଛନ୍ତି। ନଭେମ୍ବର ୧୯ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ବିଶ୍ବକପ କ୍ରିକେଟର ଫାଇନାଲ ମ୍ଯାଚ।

ଅଷ୍ଟ୍ରେଲିଆ ଠାରୁ ୬ୱିକେଟରେ ପରାସ୍ତ ହୋଇଥିଲା ଭାରତ। ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତର ପରାଜୟକୁ ସହଜରେ କେହି ଗ୍ରହଣ କରିପାରିନଥିଲେ। ତେବେ କୈଫଙ୍କ ଇଣ୍ଟରଭ୍ୟୁ ପରେ ଏନେଇ ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.