ଲୋକପ୍ରିୟ ୟୁଟ୍ୟୁବର ଏଲଭିସ ଯାଦବ ଗିରଫ, ସାପ ଜହର ମାମଲାରେ ଗିରଫ କରିଛି ପୋଲିସ

ବିଗବସ୍‌ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ ଗିରଫ ହୋଇଛନ୍ତି । ସାପ ବିଷ ଯୋଗାଉଥିବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

ବିଗବସ୍‌ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ ଗିରଫ ହୋଇଛନ୍ତି । ସାପ ବିଷ ଯୋଗାଉଥିବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।

ନୋଏଡା ପୋଲିସ କିଛିଦିନ ତଳେ ସେକ୍ଟର ୫୧ରେ ଥିବା ଏକ ଗେଷ୍ଟ ହାଉସରୁ କିଛି ଲୋକଙ୍କୁ ଗିରଫ କରିଥିଲା । ଏମାନଙ୍କ ପାଖରେ ୫ଟି ପ୍ରଜାତିର ୯ଟି ସାପ ଏବଂ ବିଷ ମିଳିଥିଲା । ଏହି ଲୋକଙ୍କ ପଚରାଉଚରା କରିବା ପରେ ଏଲଭିସ ଯାଦବଙ୍କ ନାମ ସାମ୍ନାକୁ ଆସିଥିଲା । ରବିବାର ଏହି ମାମଲାରେ ସେକ୍ଟର ୧୩୫ ପୋଲିସ ଏଲଭିସଙ୍କୁ ପଚରାଉଚରା ପାଇଁ ଡାକିଥିଲା । ଏହି ସମୟରେ କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ସାପ ଜହର କାରବାର କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପିପଲ ଫର ଆନିମଲ ସଂସ୍ଥାର ଗୌରବ ଗୁପ୍ତାଙ୍କ ଅଭିଯୋଗରେ ହୋଇଥିଲା । ଗୌରବ ଅଭିଯୋଗ କରିଥିଲେ କି, ରେଭ ପାର୍ଟିରେ ସାପ ବିଷ ବ୍ୟବହାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.