ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ
୧୨ଶ ପାସ୍ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ କରିପାରିବେ ।
ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୭୪୬
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୪ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୪ ଏପ୍ରିଲରେ ହେବ ।
ଶିକ୍ଷାଗତ ଯୋଗ୍ୟତା: ୧୨ଶ ପାସ୍ କରିଥିବା ଯୁବପିଢି ଆବେଦନ କରିପାରିବେ ।
ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୧୧୫୦ ଟଙ୍କା ଏବଂ ଏସସି/ଏସଟି ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀ ୬୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହବ ।
କେମିତି କରିବେ ଆବେଦନ :
ପ୍ରଥମେ ପଞ୍ଜାବ ପୋଲିସ ବିଭାଗର ଅଫିସିଆଲ ୱେବସାଇଟ punjabpolice.gov.in କୁ ଯିବାକୁ ହେବ ।
ଏହାପରେ ହୋମପେଜରେ ରିକ୍ରୁଟମେଣ୍ଟ ଟାବରେ କ୍ଲିକ୍ କରିବାକୁ ହେବ ।
ଏଠାରେ ପୋଲିସ ଭର୍ତ୍ତି ୨୦୨୪ ଲିଙ୍କରେ କ୍ଲିକ୍ କରନ୍ତୁ ।
ନୋଟିଫିକେସନ ଭଲଭାବେ ପଢିବା ପରେ ନିୟମାନୁସାରେ ଆବେଦନ କରନ୍ତୁ ।
କେମିତି ହେବ ଚୟନ :
କନଷ୍ଟେବଳ ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ସିବିଟି ପରୀକ୍ଷା, ପିଏସଟି, ପିଏମଟି, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।