Below header

ପୁଣି ଦିଲ୍ଲୀ ଗଲେ ମନମୋହନ, ଏଥର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗସ୍ତ

ପୁଣି ଦିଲ୍ଲୀ ଗଲେ ମନମୋହନ । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର : ଆସିଲା ଡକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି । ପୁଣି ମନମୋହନ ସାମଲ । ୧୯ ଦିନରେ ମନମୋହନ ସାମଲଙ୍କର ଏହା ଚତୁର୍ଥ ଦିଲ୍ଲୀ ଗସ୍ତ । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ। ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ।

ଦିଲ୍ଲୀରେ ଆଜି ସନ୍ଧ୍ୟାରେ ବସୁଛି BJPର କୋର୍ କମିଟି ବୈଠକ। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସାମିଲ ହେବେ। ଶନିବାର ରାଜ୍ୟ ବିଜେପି ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି । ଭଲ ସଂଗଠନ ଓ ବିଜୟ ସମ୍ଭାବନା ଭଳି ସବୁ ଦିଗକୁ ନେଇ ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଛି ।

ଏହାକୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ପାଖକୁ ପଠାଯାଇଥିବା ସୂଚନା ରହିଛି। ଗତ ୧ ତାରିଖରେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟରେ ମେଣ୍ଟର କୌଣସି ସମ୍ଭାବନାକୁ ଖଣ୍ଡନ କରିଥିଲେ । ଏହାପରେ ୮ ତାରିଖରେ ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କହିଥିଲେ ମନମୋହନ । ସେହିପରି ଗତ ୧୪ ତାରିଖରେ ଦିଲ୍ଲୀରୁ ଫେରିଥିଲେ ।

ପ୍ରଥମେ କହିଥିଲେ ସବୁ ଠିକ୍ ଚାଲିଛି। ଦ୍ବିତୀୟରେ କହିଲେ ରାଜ୍ୟରେ ବିଜେପି ସରକାର କରିବ। ଏକ୍ସ ପୋଷ୍ଟରେ, ଲେଖିଲେ ଏକାକୀ ଲଢିବ ବିଜେପି। ତୃତୀୟ ବୟାନରେ କହିଲେ, ବିଜେପି ରାଷ୍ଟ୍ରୀୟ ସଭାପତି ଓ ସଂସଦୀୟ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏହାସହ ଏକାକୀ ଲଢ଼ିବା ସମ୍ପର୍କିତ ପୋଷ୍ଟକୁ ଡିଲିଟ୍ କରିଥିଲେ ମନମୋହନ। ଏବେ ଚତୁର୍ଥ ଥର ଦିଲ୍ଲୀ ଯାଇଛନ୍ତି । ଫେରିବା ପରେ କଣ କହୁଛନ୍ତି ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.