ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

୧୨ଶ ପାସ୍‌ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ କରିପାରିବେ ।

ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍‌ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୭୪୬

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୪ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୪ ଏପ୍ରିଲରେ ହେବ ।

ଶିକ୍ଷାଗତ ଯୋଗ୍ୟତା: ୧୨ଶ ପାସ୍‌ କରିଥିବା ଯୁବପିଢି ଆବେଦନ କରିପାରିବେ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ବର୍ଗ ପ୍ରାର୍ଥୀ ୧୧୫୦ ଟଙ୍କା ଏବଂ ଏସସି/ଏସଟି ଏବଂ ଓବିସି ଶ୍ରେଣୀର ପ୍ରାର୍ଥୀ ୬୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହବ ।

କେମିତି କରିବେ ଆବେଦନ :

ପ୍ରଥମେ ପଞ୍ଜାବ ପୋଲିସ ବିଭାଗର ଅଫିସିଆଲ ୱେବସାଇଟ punjabpolice.gov.in କୁ ଯିବାକୁ ହେବ ।
ଏହାପରେ ହୋମପେଜରେ ରିକ୍ରୁଟମେଣ୍ଟ ଟାବରେ କ୍ଲିକ୍‌ କରିବାକୁ ହେବ ।
ଏଠାରେ ପୋଲିସ ଭର୍ତ୍ତି ୨୦୨୪ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ନୋଟିଫିକେସନ ଭଲଭାବେ ପଢିବା ପରେ ନିୟମାନୁସାରେ ଆବେଦନ କରନ୍ତୁ ।

କେମିତି ହେବ ଚୟନ :

କନଷ୍ଟେବଳ ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ସିବିଟି ପରୀକ୍ଷା, ପିଏସଟି, ପିଏମଟି, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.