Below header

ଛାଞ୍ଚୁଣି ମଝିରେ ଚାଙ୍ଗୁଡ଼ିରେ ଫୁଲମାଳ ପିନ୍ଧି ପୂଜା ପାଉଛନ୍ତି ଦେବୀ ଝାମୀ, ଯାହାଙ୍କ ନିକଟରେ ଲାଗି ହୁଏ ଅଣ୍ଡା ଭୋଗ

ମା' ଙ୍କ ପାଖରେ ଲାଗିଛି ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ , ଆଉ ସମସ୍ତଙ୍କ ହାତରେ ଝାଡୁ । ବର୍ଷକରେ ଦିନକ ପାଇଁ ମା' ଆସନ୍ତି ପୂଜା ପାଆନ୍ତି । ଆଉ ଝାଡୁରେ ଖୁସି ହୋଇ ଆର୍ଶିବାଦ ଦିଅନ୍ତି । ଏମିତି କିଛି ବିଶ୍ୱାସ ରହିବା ସହ ରାଜରାଜୁଡା ଅମଳରୁ ପରମ୍ପରା ଚାଲି ଆସୁଛି । ଆଉ ସେହି ବିଶ୍ୱାସର ଦେବୀ ଝାମୀ ଠାକୁରାଣୀ ।

ଜୟପୁର(କେନ୍ୟୁଜ): ମା’ ଙ୍କ ପାଖରେ ଲାଗିଛି ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ , ଆଉ ସମସ୍ତଙ୍କ ହାତରେ ଝାଡୁ । ବର୍ଷକରେ ଦିନକ ପାଇଁ ମା’ ଆସନ୍ତି ପୂଜା ପାଆନ୍ତି । ଆଉ ଝାଡୁରେ ଖୁସି ହୋଇ ଆର୍ଶିବାଦ ଦିଅନ୍ତି । ଏମିତି କିଛି ବିଶ୍ୱାସ ରହିବା ସହ ରାଜରାଜୁଡା ଅମଳରୁ ପରମ୍ପରା ଚାଲି ଆସୁଛି । ଆଉ ସେହି ବିଶ୍ୱାସର ଦେବୀ ଝାମୀ ଠାକୁରାଣୀ । କେହି କେହି ୟାଙ୍କୁ ଶିରିଲି ଭଗବାନ ବୋଲି ମଧ୍ୟ କୁହନ୍ତି । ବିଶ୍ୱାସ ରହିଛି ଝାମୀ ମା’ ଝାଡ଼ୁରେ ଖୁସି ହୁଅନ୍ତି । ତେଣୁ ଉଭୟ ପଟେ ଝାଡୁ ତଥା ଛାଞ୍ଚୁଣି ମଝିରେ ଚାଙ୍ଗୁଡ଼ିରେ ଫୁଲମାଳ ପିନ୍ଧି ବସି ପୂଜା ପାଉଛନ୍ତି ଦେବୀ ଝାମୀ ତଥା ସିରଲି ମହାପୁରୁ ।

ଏଠି ଭକ୍ତି ଆଉ ବିଶ୍ୱାସରେ ମା’ଙ୍କୁ ସମର୍ପଣ କରାଯାଉଛି ଝାଡୁ ତଥା ଛାଞ୍ଚୁଣି । ସବୁ ଭୋଗରାଗ ଭିତରେ ଭୋଗ ହୁଏ ଅଣ୍ଡା । ବିଶ୍ୱାସ ରହିଛି ପ୍ରବଳ ଖରା ସହ ଫଗୁଣ ଓ ଚୈତ୍ରରେ ଅନେକ ଚର୍ମ ରୋଗ ଦେଖା ଦିଏ ବିଶେଷ କରି ଶିଶୁଙ୍କ ପାଖରେ ଏଣୁ ତାର ପ୍ରତିକାର ପାଇଁ ମା’ ଝାମୀଙ୍କ ପୂଜା ରଜାରାଜୁଡା ସମୟରୁ ଚାଲି ଆସୁଛି । ସେଇ ବିଶ୍ୱାସରେ ମା’ ଙ୍କ ହଳଦୀ ନେବା ସହ ନିମ୍ବପତ୍ରରେ ଝାମୀ ମା’ ସମସ୍ତଙ୍କୁ ଝାଡୁ ଦେଇଥାନ୍ତି ଲୋକେ । ଏହାସହ ଚର୍ମରୋଗ ନହେବା ନେଇ ମାନସିକ ଓ ବିଶ୍ୱାସ ସହିତ ଜଡିତ ଭିନ୍ନ ଭିନ୍ନ ମତ ଦିଅନ୍ତି ଶ୍ରଦ୍ଧାଳୁ।

ଫଗୁଣ ପୂର୍ଣ୍ଣିମା ତଥା ଚୈତ୍ରରେ ବାସନ୍ତିକ ଦୁର୍ଗାପୂଜାରେ ମା’ଙ୍କ ଆଗମନ ପୂର୍ବରୁ ପାଳନ ହୁଏ ଝାମୀ ଯାତ୍ରା । ଆଉ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ ମହାଶିବରାତ୍ରି ପରଠୁ । ଝାମୀ ପୂଜାରେ ଶ୍ରଦ୍ଧାଳୁମାନଙ୍କୁ ସେବା ଦେଉଥିବା ଏଇ ପରିବାର ଏକ ମାତ୍ର  ବଂଶଜ ଯେଉଁମାନେ ରାଜାରାଜୁଡା ଅମଳରୁ ପ୍ରତିବର୍ଷ ଏହି ପୂଜା କରିଆସୁଛନ୍ତି । ବେକରେ ଲୁହା ଶିକୁଳି ଆଉ ଲେମ୍ବୁ ଲଗାଇ ମୁଣ୍ଡରେ ଫୁଲ ପିନ୍ଧି ଥିବା ଏହି ବାଳକ ଜଣେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଏବଂ କେବଳ ଏହି ପରିବାର ହିଁ ପ୍ରତି ବର୍ଷ ପୂଜା କରି ଆସୁଛନ୍ତି ।

maa

ଏଥିପାଇଁ ଏହି ବାଳକ ଶିବରାତ୍ରୀ ପରଠୁ ଗୋଟେ ଓଳି ଖାଇ ନିଜକୁ ସ୍ଵଚ୍ଛ ରଖି ଖାଲି ପାଦରେ ଏକ ବସ୍ତ୍ରରେ ରହି ପୁରା ସହର ଠୂ ଗାଁ ବୁଲନ୍ତି । ପିଲାମାନଙ୍କୁ ଝାଡ଼ନ୍ତି । ହଳଦୀ ବାଣ୍ଟନ୍ତି । ବିଶ୍ୱାସ ରହିଛି ଏହି ହଳଦୀ ଲଗେଇ ଗାଧୋଇଲେ କୌଣସି ଚର୍ମରୋଗ ବର୍ଷାତମାମ ହୁଏନି । ଆଉ ଝାମୀଙ୍କୁ ଝାଡୁ ଦେଲେ ସେଥିରେ ମା’ ସବୁ ରୋଗ କଷ୍ଟ ଝାଡ଼ି ବିଶେଷ କରି ଶିଶୁମାନଙ୍କୁ ସୁସ୍ଥ ରଖନ୍ତି ମା’ । ଶିବରାତ୍ରୀଠୁ ୧୦ ଦିନ ସାହି ସାହି ବୁଲିବା ପରେ ବାଙ୍କମଠ ଠାରେ ମା’ ଙ୍କ ପୂଜାର୍ଚ୍ଚନା ଆଉ ଦର୍ଶନ ସହ ଶେଷ ହୁଏ ଝାମୀ ଯାତ୍ରା । ଆଉ ହୋଲି ଦିନ ରଙ୍ଗ ଖେଳ ପରେ ସମସ୍ତ ଚର୍ମ ରୋଗ ଦୁରେଇ ଯାଏ ବୋଲି ବିଶ୍ୱାସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.