ସିମ୍‌ କାର୍ଡକୁ ନେଇ ନୂଆ ନିୟମ ଆଣୁଛି TRAI, ୧ ଜୁଲାଇରୁ ହେବ ଲାଗୁ

TRAI ର ସୂଚନା ଅନୁଯାୟୀ ସିମ୍ କାର୍ଡ ପାଇଁ ଜାରି କରାଯାଇଥିବା ନିୟମ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଠକେଇକୁ ରୋକିବାରେ ସାହାଯ୍ୟ କରିବ । ସୂଚନା ଥାଉ କି ସିମ୍ ସ୍ୱାପ୍‌ କୁ ନେଇ TRAI ତରଫରୁ ସବୁଠାରୁ ବଡ ପରିବର୍ତ୍ତନ କରାଯାଇଛି ।

ଯଦି ଆପଣଙ୍କ ପାଖରେ ଫିଚର ଫୋନ କିମ୍ବା ସ୍ମାର୍ଟଫୋନ ଅଛି ତେବେ ଆପଣଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । କାରଣ ଟେଲିକମ ରେଗୁଲିଟି ଅଫ ଇଣ୍ଡିଆ ବା TRAI ତରଫରୁ ସିମ୍‌ କାର୍ଡକୁ ନେଇ ନୂଆ ନିୟମ ଜାରି କରାଯାଇଛି । ଟ୍ରାଇ ତରଫରୁ ଜାରି ହେବାକୁ ଥିବା ସିମ୍‌ କାର୍ଡର ନୂଆ ନିୟମ ସମଗ୍ର ଦେଶରେ ୧ ଜୁଲାଇରୁ ଲାଗୁ ହେବ । ଯଦି ଆପଣ କୌଣସି କମ୍ପାନୀର ସିମ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ TRAI ର ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ ।

TRAI ର ସୂଚନା ଅନୁଯାୟୀ ସିମ୍ କାର୍ଡ ପାଇଁ ଜାରି କରାଯାଇଥିବା ନିୟମ ଦ୍ରୁତ ଗତିରେ ବଢ଼ୁଥିବା ସାଇବର ଠକେଇକୁ ରୋକିବାରେ ସାହାଯ୍ୟ କରିବ । ସୂଚନା ଥାଉ କି ସିମ୍ ସ୍ୱାପ୍‌ କୁ ନେଇ TRAI ତରଫରୁ ସବୁଠାରୁ ବଡ ପରିବର୍ତ୍ତନ କରାଯାଇଛି । ଯଦି ଆପଣ ନିଜର ସିମ୍ ସ୍ୱାପ୍‌ କରୁଛନ୍ତି ତେବେ ଆପଣ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ନୂଆ ନିୟମ ଅନୁଯାୟୀ, ଯେଉଁମାନେ ନିକଟରେ ସେମାନଙ୍କର ସିମ୍ କାର୍ଡ ସ୍ୱାପ୍‌ କରିଛନ୍ତି ସେମାନେ ମୋବାଇଲ୍ ନମ୍ବର ପୋର୍ଟ କରିପାରିବେନି । ଏହାର ଅର୍ଥ ସେହି ୟୁଜରମାନେ ସେମାନଙ୍କର ମୋବାଇଲ୍ ନମ୍ବରକୁ ଅନ୍ୟ କୌଣସି କମ୍ପାନୀକୁ ସ୍ୱିଚ୍‌ କରିପାରିବେ ନାହିଁ । ସାଧାରଣତଃ ଯେତେବେଳେ ସିମ୍ ହଜିଯାଏ କିମ୍ବା ସିମ୍ କାର୍ଡ ଭାଙ୍ଗିଯାଏ ସେତେବେଳେ ସିମ୍‌ କାର୍ଡ ସ୍ୱାପ୍‌ କରାଯାଏ ।

TRAI ନିଜର ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ନୂଆ ନିୟମକୁ ନେଇ ପୋଷ୍ଟ କରିଛି । TRAI କହିବା ଅନୁସାରେ ସିମ୍ ସ୍ୱାପ୍‌ କରିବା ପରେ ୟୁଜରମାନେ ଅନ୍ୟ କୌଣସି କମ୍ପାନୀକୁ ସାତ ଦିନ ପର୍ଯ୍ୟନ୍ତ ପୋର୍ଟ କରିପାରିବେ ନାହିଁ। ତେବେ ଅନେକ ସମୟରେ ସାଇବର ଠକେଇର ଏପରି ମାମଲା ଆସିଥାଏ ଯେଉଁଥିରେ ସ୍କାମରମାନେ ସିମ୍ ସ୍ୱାପ୍‌ କରି ଲୋକଙ୍କୁ ଠକାମିର ଶିକାର କରନ୍ତି । ସିମ୍ ସ୍ୱାପ୍‌ କରିବା ଦ୍ୱାରା ଜଣେ ବ୍ୟକ୍ତିର କଲ୍ ଡିଟେଲ୍ସ , ମେସେଜ୍ ଏବଂ OTP ଅନ୍ୟ ଫୋନକୁ ଯାଇଥାଏ । ସ୍କାମରମାନେ ସିମ୍‌ ସ୍ୱାପ୍‌ କରି ଲୋକଙ୍କୁ ଟାର୍ଗେଟ କରନ୍ତି ଏବଂ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.