WPL ଟାଇଟଲ ଜିତିଲା RCB, ବିସିସିଆଇ ପ୍ରଦାନ କଲା ୬ କୋଟି

ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ୍ ଜିତିଲା ଆରସିବି । ୧୧୪ ରନର ପିଛା କରୁଥିବା ଆରସିବି ଟିମ ୨ ୱିକେଟ ହରାଇ ମ୍ୟାଚ ଜିତି ନେଇଛି । ବିସିସିଆଇ WPL ରେ ପ୍ରଥମ ସିଜିନ ଜିତିଥିବା ଟିମ୍‌ ଆରସିବିକୁ ୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସଅପ୍‌ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ କୋଟି ଟଙ୍କା ପୁରସ୍କାର ଦେଇଛି ।

ମହିଳା ପ୍ରିମିୟର ଲିଗ ଟାଇଟଲ ଜିତିଲା ବାଙ୍ଗାଲୋର । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଟ୍ରଫି ଜିତିଲା ପ୍ରଥମ ଥର ମହିଳା ପ୍ରିମିୟର ଲିଗର ଟାଇଟଲ୍ ଜିତିଲା ଆରସିବି । ୧୧୪ ରନର ପିଛା କରୁଥିବା ଆରସିବି ଟିମ ୨ ୱିକେଟ ହରାଇ ମ୍ୟାଚ ଜିତି ନେଇଛି ।

ତେବେ ବିସିସିଆଇ WPL ରେ ପ୍ରଥମ ସିଜିନ ଜିତିଥିବା ଟିମ୍‌ ଆରସିବିକୁ ୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସଅପ୍‌ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ କୋଟି ଟଙ୍କା ପୁରସ୍କାର ଦେଇଛି ।

ଆରସିବି ପକ୍ଷରୁ ଏଲିସି ପେରୀ ସର୍ବାଧିକ ୩୫ ରନ୍ କରିଥିବା ବେଳେ ସୋଫିଆ ଡେଭିନ୍ ୩୨ ଓ ଅଧିନାୟକ ସ୍ମୃତି ମନ୍ଧାନା ୩୧ ରନ୍ କରିଥିଲେ । ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦିଲ୍ଲୀ । ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଧୁଆଁଧାର ଆରମ୍ଭ କରିଥିଲେ । ମାତ୍ର ୧୧୩ ରନ୍ କରି ଶେଷରେ ଅଲଆଉଟ ହୋଇଥିଲା ଦିଲ୍ଲୀ ।

ଦିଲ୍ଲୀ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ କରିଥିବାବେଳେ ଅଧିନାୟକ ଲାନିଂ ୨୩ ରନ୍ କରିଥିଲେ। ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏଥି ସହିତ ଲଗାତର ଦୁଇଟି ସିଜିନରେ ଫାଇନାଲରେ ପରାଜୟର ସ୍ୱାଦ ଚାଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ସଂସ୍କରଣରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜୟ ବରଣ କରିଥିବା ବେଳେ ଚଳିତବର୍ଷ ବାଙ୍ଗାଲୋରଠାରୁ ହାରିଛି ।

RCBର ଏଲିସି ପେରୀଙ୍କୁ ପର୍ପଲ କ୍ୟାପ୍ , ଶ୍ରୀୟଙ୍କା ପାଟିଲଙ୍କୁ ଅରେଞ୍ଜ କ୍ୟାପ୍ ଓ ଶ୍ରେଷ୍ଠ ଖେଳାଳି ଭାବେ ସୋଫି ମାଲିନକ୍ସଙ୍କୁ ପୁରସ୍କୃତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.