ନିର୍ବାଚନ ଋତୁ ଥିବାରୁ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC
ସାଧାରଣ ନିର୍ବାଚନ ୨୦୨୪ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି ।
ଭୁବନେଶ୍ବର(କେନ୍ୟୁଜ୍): ସାଧାରଣ ନିର୍ବାଚନ ୨୦୨୪ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ପାନୀୟ ଜଳର ବ୍ୟବସ୍ଥା, ସାମୟିକ ଆଶ୍ରୟସ୍ଥଳୀ ନିର୍ମାଣ, ଶ୍ରମ ସମୟ ହ୍ରାସ କରିବା, ସ୍କୁଲ ଓ କଲେଜରେ ଶିକ୍ଷାଦାନ ସମୟ ହ୍ରାସ କରିବା, ଜରୁରୀକାଳିନ ଓ ଡାକ୍ତରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏସଆରସି । ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଥିବାରୁ ରାଲି ସମୟରେ ସତର୍କତା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତ୍ୟେକ ରାଜ୍ୟମାନଙ୍କୁ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛି ।