ଭୂକମ୍ପରେ ଦୋହଲିଲା ମହାରାଷ୍ଟ୍ର ଓ ଅରୁଣାଚଳପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଓ ୩.୬ ରେକର୍ଡ
ସକାଳୁ ସକାଳୁ ଦୋହଲିଲା ମହାରାଷ୍ଟ ଓ ଅରୁଣାଚଳପ୍ରଦେଶ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ସକାଳୁ ଲାଗାତାର ଭାବେ ଦୁଇ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ଝଟକାର ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫। ଦ୍ବିତୀୟ ଝଟକାରେ ଏହାର ତୀବ୍ରତା ରହିଥିଲା ୩.୬
ନୂଆଦିଲ୍ଲୀ : ଭୂମିକମ୍ପର ଡବଲ ଝଟକା । ସକାଳୁ ସକାଳୁ ଦୋହଲିଲା ମହାରାଷ୍ଟ ଓ ଅରୁଣାଚଳପ୍ରଦେଶ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ସକାଳୁ ଲାଗାତାର ଭାବେ ଦୁଇ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଛି, ଯେଉଁଥିପାଇଁ ଲୋକମାନେ ଭୟଭୀତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଭୂକମ୍ପରେ କୌଣସି କ୍ଷୟକ୍ଷତିର ଘଟିନାହିଁ।
ପ୍ରାୟ ୧୦ ମିନିଟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫। ଏହାପରେ ଦ୍ବିତୀୟ ଝଟକା ୬ଟା ୧୯ରେ ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହାର ତୀବ୍ରତା ରହିଥିଲା ୩.୬। ଫଳରେ ଲୋକମାନେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ବାହାରକୁ ଚାଲି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛି। ଉଭୟ ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସି ନାହିଁ।