ହାତରେ ହଜିଲା ପୁଅର ଫଟୋକୁ ଧରି ଦୀର୍ଘ ଦୁଇ ବର୍ଷ ହେଲା ଖୋଜୁଛି ଏଇ ମାଆ

ଦିନେ କି ଦୁଇଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲା ଅପହୃତ ହୋଇଯାଇଛି ନାବାଳକ ପୁଅ । ପୁଅର ବାଟକୁ ଅନାଇ ଅନାଇ ମାଆ ଆଖିରୁ ଲୁହ ସୁଖୁନାହିଁ । ହେଲେ ହଜିଲା ପୁଅ ଆଉ ମାଆ କୋଳକୁ ଫେରୁନାହିଁ । ନ୍ୟାୟ ପାଇଁ ପ୍ରତିଦିନ ଥାନାକୁ ଅସହାୟ ମାଆଟି ଧାଉଁଛି ସିନା ହେଲା ପୋଲିସ କିନ୍ତୁ ନିରବ ।

କଣ୍ଟାମାଳ(କେନ୍ୟୁଜ): ଦିନେ କି ଦୁଇଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲା ଅପହୃତ ହୋଇଯାଇଛି ନାବାଳକ ପୁଅ । ପୁଅର ବାଟକୁ ଅନାଇ ଅନାଇ ମାଆ ଆଖିରୁ ଲୁହ ସୁଖୁନାହିଁ । ହେଲେ ହଜିଲା ପୁଅ ଆଉ ମାଆ କୋଳକୁ ଫେରୁନାହିଁ । ନ୍ୟାୟ ପାଇଁ ପ୍ରତିଦିନ ଥାନାକୁ ଅସହାୟ ମାଆଟି ଧାଉଁଛି ସିନା ହେଲା ପୋଲିସ କିନ୍ତୁ ନିରବ ।

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ । ହାତରେ ହଜିଲା ପୁଅର ଫଟୋକୁ ଧରି କିଭଳି ଥାନା ଆଗରେ ଛିଡା ହୋଇଛନ୍ତି ଏହି ଦୁଃଖିନି ମାଆ ଜଣକ । ଏଇ ଅସହାୟ ମାଆ ଜଣକ ହେଉଛନ୍ତି ମନମୁଣ୍ଡା ଥାନା ଘୁଡଭେଲିପଦର ପଂଚାୟତ ଅନ୍ତର୍ଗତ ଡାଙ୍ଗମୁଣ୍ଡା ଗାଁର ଉର୍ମିଲା ନାଗ ।

ଗତ ଦୁଇବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଉର୍ମିଳାଙ୍କ ୧୩ ବର୍ଷୀୟ ନାବାଳକ ପୁଅ ରାହୁଲ ନାଗ ଦଶମ ଶ୍ରେଣୀର ଗୋଟିଏ ଝିଅ ସହ କୁଆଡେ ଫେରାର ହୋଇଯାଇଥିଲା । ତେବେ ରାହୁଲ ସେହି ଝିଅ ସହ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡାଲଡବା ଗାଁରେ ଥିବା ଖବର ପାଇ ସେହି ଗାଁକୁ ଖୋଜିବାକୁ ଯାଇଥିଲେ ପରିବାର ଲୋକ ।

ତେବେ ସେଠାରେ ରାହୁଲକୁ ଏକ ଘରେ ବନ୍ଦ କରି ରଖି ଦିଆଯାଇଥିବା ରାହୁଲଙ୍କ ମାଆ ସନ୍ଦେହ କରିଥିଲେ । ତେବେ ସଠୋରେ ରାହୁଲର ମାଆଙ୍କୁ ବି ମାଡ ମରାଯାଇଥିଲା । ରାହୁଲକୁ ଝିଅର ପରିବାର ଲୋକ ଅପହରଣ କରିଥିବା ନେଇ ରାହୁଲଙ୍କ ମାଆ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହାରି ଭିତରେ ଦୁଇବର୍ଷ ବିତିଯାଇଥିଲେ ବି ରାହୁଲର ଖୋଜ ଖବର ମିଳିପାରିନାହିଁ ।

ଏନେଇ ରାହୁଲଙ୍କ ପରିବାର ବର୍ଗ ପ୍ରତିଦିନ ମନମୁଣ୍ଡା ଥାନାକୁ ଆସି ନିଖୋଜ ପୁଅର ପତା ଲଗାଇବାକୁ ଥାନାରେ ଗୁହାରୀ କରୁଥିଲେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ କରୁଥିବା କହିଥିବାବେଳେ ଏପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି ବୌଦ୍ଧ ଏସଡିପିଓ କହିଛନ୍ତି । ଦୀର୍ଘ ଦୁଇ ବର୍ଷ ହେଲା ପୁଅର ଆସିବା ବାଟକୁ ଚାହିଁ ରହିଛି ମାଆ । କେବେ ଫେରିବ ତା ନୟନ ପୁତୁଳା । ତେବେ ତୁରନ୍ତ ପୋଲସ ଏ ଦିଗରେ ଉଚିତ୍ ତଦନ୍ତ କରି ପଦକ୍ଷେପ ନେବାକୁ ପରିବାର ଲୋକେ ଗୁହାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.