ମୟୂରଭଞ୍ଜରେ ଲଗାଣ ବର୍ଷା : ଦ୍ଵିତୀୟ ଦିନରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପର୍ଯ୍ୟଟକଙ୍କ ପାଇଁ ଦ୍ଵିତୀୟରେ ବି ଶିମିଳିପାଳ ବନ୍ଦ କଲା ବନ ବିଭାଗ। ଲଗାଣ ବର୍ଷାରେ ଶିମିଳିପାଳ ଅଭୟାରଣ୍ୟରେ ମାଟିଘାଟି ନିକଟରେ ଗୋଟିଏ ଗାଡି ଅଟକି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପର୍ଯ୍ୟଟକଙ୍କ ପାଇଁ ଦ୍ଵିତୀୟରେ ବି ଶିମିଳିପାଳ ବନ୍ଦ କଲା ବନ ବିଭାଗ। ଲଗାଣ ବର୍ଷାରେ ଶିମିଳିପାଳ ଅଭୟାରଣ୍ୟରେ ମାଟିଘାଟି ନିକଟରେ ଗୋଟିଏ ଗାଡି ଅଟକି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଗାଣବର୍ଷା ପାଇଁ ମୟୂରଭଞ୍ଜରେ ତଳମୁହାଁ ରହିଛି ପାରଦ । ଆଜି ଶିମିଳିପାଳ ଅଭୟାରଣ୍ୟର ଚହଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି ।

ତମାମ ମୟୂରଭଞ୍ଜ ଜିଲ୍ଲା ସହ ବାରିପଦାର ଜିଲ୍ଲା ମୁଖ୍ୟାଳୟ , କୋର୍ଟ କଚେରୀ, ବସଷ୍ଟାଣ୍ଡ ଆଦି ସ୍ଥାନରେ ବର୍ଷା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେପଟେ ଅଦିନିଆ ବର୍ଷା ପାଇଁ ଜମିରେ ହୋଇଥିବା ପରିବା ଓ ରବି ଫସଲ ଅନେକ ମାତ୍ରାରେ ନଷ୍ଟ ହେବାର ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.