ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୫ ଆହତ
ଗୋଷ୍ଠୀ ସଂଘର୍ଷରେ ୫ ଆହତ । ଆଠଗଡ଼ର ତିଗିରିଆ ଥାନା ଭୋଗଡା ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।
ଆଠଗଡ଼ : ଗୋଷ୍ଠୀ ସଂଘର୍ଷରେ ୫ ଆହତ । ଆଠଗଡ଼ର ତିଗିରିଆ ଥାନା ଭୋଗଡା ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ପାଞ୍ଚଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସଂଘର୍ଷରେ ଭୋଗଡା ସରପଞ୍ଚ, ତାଙ୍କ ସ୍ବାମୀ ଓ ଦିଅର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ଡିଏସପି ଓ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।