ଆମେରିକା: ଜାହାଜ ବାଜିବାରୁ ଭାଙ୍ଗିଗଲା ବ୍ରିଜ, ନଦୀରେ ଖସିପଡିଲା ଶହଶହ ଗାଡି

ଆମେରିକାର ବାଲ୍ଟିମୋରରେ ଏକ କଣ୍ଟେନର ଜାହାଜ ଯାଉଥିବା ବେଳେ ବ୍ରିଜରେ ବାଜିବା ଯୋଗୁଁ ସଂପୂର୍ଣ୍ଣ ବ୍ରିଜଟି ଭାଙ୍ଗିପଡିଥିଲା । ଫଳରେ ବ୍ରିଜ ଉପରେ ଥିବା ଶହଶହ ଗାଡି ପାଣିକୁ ଖସିପଡିଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ପାଣିରେ ଲୋକଙ୍କୁ ଖୋଜୁଛନ୍ତି ।

ଆମେରିକାର ବାଲ୍ଟିମୋରରେ ଭାଙ୍ଗିଗଲା ବ୍ରିଜ । ବ୍ରିଜ ତଳେ ଏକ କଣ୍ଟେନର ଜାହାଜ ଯାଉଥିବା ବେଳେ ବ୍ରିଜରେ ବାଜିବା ଯୋଗୁଁ ସଂପୂର୍ଣ୍ଣ ବ୍ରିଜଟି ଭାଙ୍ଗିପଡିଥିଲା । ଫଳରେ ବ୍ରିଜ ଉପରେ ଥିବା ଶହଶହ ଗାଡି ପାଣିକୁ ଖସିପଡିଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ପାଣିରେ ଲୋକଙ୍କୁ ଖୋଜୁଛନ୍ତି । ବ୍ରିଜ ଭାଙ୍ଗିବାର ଭୟଙ୍କର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

X ରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଜାହାଜଟି ଫ୍ରାନ୍ସିସ ସ୍କଟ କି ବ୍ରିଜର ଖୁଣ୍ଟରେ ଧକ୍କା ହେବା ଯୋଗୁଁ ବ୍ରିଜର ଅଧା ଅଂଶ ପାଣିରେ ଖସିପଡିଥିଲା । ଏହାପରେ ଜାହାଜରେ ନିଆଁ ଲାଗିଯାଇଥିଲା ଏବଂ ସଂପୂର୍ଣ୍ଣ ବ୍ରିଜଟି ପାଣିରେ ଖସିପଡିଥିଲା ।

ବାଲ୍ଟିମୋର ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ଏହା ଆପତ୍ତକାଳୀନ ସ୍ଥିତି । ଏବେ ଆମେ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ତେବେ ଘଟଣାଟି ରାତି ୧.୩୦ ମିନିଟରେ ଘଟିଛି । ଜାହାଜଟି ବ୍ରିଜରେ ଧକ୍କା ହେବା ବେଳେ ତା’ ଉପରେ ଅନେକ ଗାଡି ରହିଥିଲା ।

ପଟସ୍ପେକୋ ନଦୀ ଉପରେ ବ୍ରିଜ ୧୯୭୭ରେ ଖୋଲାଯାଇଥିଲା । ଏହା ସହରର ଗୁରୁତପୂର୍ଣ୍ଣ ବ୍ରିଜ ଥିଲା । ଯାହା ବାଲ୍ଟିମୋର ପୋର୍ଟ ସହିତ ପୂର୍ବ ତଟରେ ସିପିଂରେ କେନ୍ଦ୍ର ଥିଲା । ଏହାର ନାମ ‘ଦ ଷ୍ଟାର ସ୍ପେଗଲ୍ଡ ବ୍ୟାନର’ଙ୍କ ଲେଖକ ନାମରେ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.