ହୋଲି ହେଲା କାଳ, ଭିନ୍ନ ଭିନ୍ନ ସ୍ଥାନରେ ଗାଧୋଇବା ବେଳେ ବୁଡି ଯାଇ ୬ ମୃତ

ହୋଲି ଖେଳ ହେଲା କାଳ ।  ହୋଲି ଖେଳିସାରି ଗାଧୋଇବା ପାଇଁ ଯାଇଥିବାବେଳେ ଭିନ୍ନ ଭିନ୍ନ ସ୍ଥାନରେ ବୁଡି ଯାଇ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ସାଲେପୁର/କେନ୍ୟୁଜ (ବ୍ୟୁରୋ) : କାଳ ହେଲା ହୋଲି । ରାଜ୍ୟର ବିଭନ୍ନ ସ୍ଥାନରେ ହୋଲିରେ ଅଘଟଣ । ଗାଧୋଇଲା ବେଳେ ବୁଡ଼ି ଭିନ୍ନ ଭିନ୍ନ ସ୍ଥାନରେ ୬ ମୃତ, ଦୁଇ ନିଖୋଜ ।  ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସାଲେପୁର କଲେଜରେ ଯୁକ୍ତ ଦୁଇର ଛାତ୍ର ଆଶିଷ କୁମାର ଦାସ(୧୭) ।  ପୋଖରୀରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କଟକ ଜିଲ୍ଲା ସାଲେପୁର ଥାନା ଅଧୀନସ୍ଥ ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ  ଆଶିଷ କୁମାର ଦାସ(୧୭) ।

ବାଲେଶ୍ଵର ଜିଲ୍ଲା ସୋର ଦହିସଢା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ  । ଗାଁର ମାନସ ପାତ୍ରଙ୍କ ପୁଅ ଆୟୁଷ୍ମାନ ହୋଲି ଖେଳିସାରି ସାଙ୍ଗମାନଙ୍କ ସହିତ ଗାଧେଇବା ପାଇଁ ଗାଁରେ ଥିବା ପୋଖରୀକୁ ଯାଇଥିଲେ । ଗାଧେଇବା ବେଳେ ଆୟୁଷ୍ମାନ ବୁଡି ଯାଇଥିଲେ, ତାଙ୍କୁ ଅନ୍ୟ ମାନେ ଉଦ୍ଧାର କରି ସୋର ଡ଼ାକ୍ତର ଖାନାକୁ ଆଣିଥିଲେ  । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ  । ସେହିପରି ସମ୍ବଲପୁର -ମୁଣ୍ଡ ଘାଟରେ ଗାଧେଇବା ବେଳେ ପାଣିରେ ବୁଡି ଯୁବକ ମୃତ  l

ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା  l ପୃଥିବୀ ହୋଲି ଖେଳି ସାରି ଗାଧେଇବା ପାଇଁ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା ଏକ କେନାଲ କୁ ଯାଇଥିଲେ  l  ସାଲେପୁର ନିଶ୍ଚିନ୍ତକୋଇଲି ଲୁଣା ନଦୀକୁ ଚାରି ଜଣ ଯୁବକ ଗାଧେଇବା ପାଇଁ ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି  । ମୃତକ ଜଣକ ନିଶ୍ଚିନ୍ତକୋଇଲି ବୋଧଙ୍ଗ ଅଂଚଳର  । ବାରଙ୍ଗ ପଞ୍ଚୁପାଳ ନିକଟରେ ଅଘଟଣ । ଗୋଡ ଖସି ଭାସିଗଲେ ନାବାଳକ । ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛି  । ସେହିପରି ବାଲିଗୁଡା ଦଣ୍ଡପଦର ସ୍ଥିତ ପେନାକେତା ଘାଇରେ ବୁଡି ଯୁବକ ନିଖୋଜ  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ନିଖୋଜ ଯୁବକ ନୁଆସାହିର କାଳିଆ ବିଶୋଇ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.