ଘର ବାହୁଡ଼ିଲେ ସୁକାନ୍ତ ନାୟକ, ବିଧିବଦ୍ଧ ଭାବେ ବିଜେଡିରେ ହେଲେ ସାମିଲ

ଶଙ୍ଖ ଫୁଙ୍କିଲେ ସୁକାନ୍ତ ନାୟକ। ବିଜେପିରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ। ନିଜର ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ଶଙ୍ଖ ଭବନ ଆସି ଦଳରେ ଯୋଗ ଦେଇଛନ୍ତି । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ସୁକାନ୍ତ ନାୟକ ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ । ନିଜର ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ଶଙ୍ଖ ଭବନ ଆସି ଦଳରେ ଯୋଗ ଦେଇଛନ୍ତି ।  ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ସୁକାନ୍ତ ନାୟକ ।

ପ୍ରଥମେ ବିଜେଡି ଓ ପରେ ବିଜେପି ଟିକେଟରେ ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବିଧାୟକ ହୋଇଥିଲେ ସୁକାନ୍ତ ନାୟକ । ୨୦୧୪ରୁ ୨୦୧୯ ଯାଏ ସେ ବିଜୁ ଜନତା ଦଳର ଟିକେଟରେ ନୀଳଗିରି ଆସନରୁ ବିଧାୟକ ହୋଇଥିଲେ ।  ଗତ ନିର୍ବାଚନ ବେଳେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।  ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ବିଧାୟକ ହୋଇଥିଲେ । ବିଜେପିର ସ୍ଥାନୀୟ ନେତୃତ୍ୱଙ୍କ ସହ ତାଙ୍କର ମତାନ୍ତର ଓ ମନାନ୍ତର ଲାଗି ରହିଥିଲା । ଫଳରେ ବିଜେପିରୁ ସବୁ ସମ୍ପର୍କ ତୁଟାଇଛନ୍ତି ସୁକାନ୍ତ ନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.