Below header

ସର୍ବ ସାଧାରଣ ସ୍ଥାନରେ ଚାର୍ଜ କରନ୍ତୁ ନାହିଁ ମୋବାଇଲ୍‌, ସରକାର ଦେଲେ ବଡ଼ ଚେତାବନୀ

ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି ଆପଣଙ୍କ ଫୋନ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌ (CERT-IN) ଏକ ବଡ଼ ଚେତାବନୀ ଜାରି କରିଛି ।

ଆପଣ ଯାତ୍ର କରିବା ସମୟରେ ଷ୍ଟେସନ କିମ୍ବା ବସ୍‌ ଷ୍ଟପରେ କେବେ ନା କେବେ ମୋବାଇଲ୍‌ ଚାର୍ଜ କରିଥିବେ । ଏଭଳି କରୁଥିଲେ ସାବଧାନ । କାରଣ ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି ଆପଣଙ୍କ ଫୋନ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌ (CERT-IN) ଏକ ବଡ଼ ଚେତାବନୀ ଜାରି କରିଛି । ଏହି ସରକାରୀ ଏଜେନ୍ସି ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ସର୍ବସାଧାରଣ ସ୍ଥାନରେ ମୋବାଇଲ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଚାର୍ଜ କରିବାରୁ ଦୂରେଇ ରୁହନ୍ତୁ ।

CERT-IN କହିଛି ଯେ ବିମାନବନ୍ଦର, ବସ୍ ଷ୍ଟାଣ୍ଡ ପରି ସର୍ବସାଧାରଣ ସ୍ଥାନରେ ଲଗାଯାଇଥିବା USB ପୋର୍ଟରେ ଯଦି ଆପଣ ନିଜ ଗ୍ୟାଜେଟ୍ ଚାର୍ଜ କରୁଛନ୍ତି ତେବେ ସତର୍କ ରୁହନ୍ତୁ । କାରଣ CERT-IN ଅନୁଯାୟୀ ଏପରି ସ୍ଥାନରେ ଲଗାଯାଇଥିବା ଚାର୍ଜ ପୋର୍ଟରେ ଆପଣ ଚାର୍ଜିଂ କଲେ ହ୍ୟାକର୍ସମାନେ ଆପଣଙ୍କ ସିଷ୍ଟମରେ କିମ୍ବା ମୋବାଇଲରେ ମାଲୱେୟାର ଇନଷ୍ଟଲ୍‌ କରିପାରିବେ ଏବଂ ଆପଣଙ୍କ ଡାଟା ଚୋରି ହେବ ।

CERT-IN ଅନୁଯାୟୀ ହ୍ୟାକିଂ ପାଇଁ ଏହିପରି ଚାର୍ଜିଂ ହବ୍ ଭଲ ସ୍ଥାନ ହୋଇଥାଏ । କୌଣସି ସାର୍ବଜନୀନ ସ୍ଥାନରେ ଚାର୍ଜିଂ ପୋର୍ଟରେ ଆପଣଙ୍କ ଫୋନ୍ ଚାର୍ଜ କରିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । ଯଦି ଅତି ଆବଶ୍ୟକ ହୁଏ ତେବେ ଆପଣଙ୍କର ଗ୍ୟାଜେଟ୍ କୁ ସ୍ୱିଚ୍‌ ଅଫ୍‌ କରି ଚାର୍ଜ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.