ଭଦ୍ରକ : ଜିଁ ଥାଉ ଥାଉ ମାରିଦେଉଛନ୍ତି ଡାକ୍ତର । ଯାହାକୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ତୁମୁଳକାଣ୍ଡ । ଜଣେ ଜୀବିତ ରୋଗୀକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ରାତି ପ୍ରାୟ ୪ଟାରେ ଖଟୁଆପାଟଣା ଗାଁର ସୁଜିତ ଖଟୁଆ ନାମକ ଜଣେ ଯୁବକ ହଠାତ୍ ଅଚେତ ହୋଇଯିବାରୁ ପ୍ରଥମେ ଧୂଷୁରୀ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ରାତିରେ ଡ୍ୟୁଟିରେ ଥିବା ଡାକ୍ତର କରୁଣାକର ରାଉତ ସମ୍ପୃକ୍ତ ଯୁବକକୁ ଚିକିତ୍ସା କରିଥିଲେ ମଧ୍ୟ ପ୍ରେସକ୍ରିପସନ୍ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଲେଖିଥିଲେ । ଏହାକୁ ବିରୋଧ କରି ରୋଗୀଙ୍କ ସମ୍ପର୍କୀୟମାନେ ହଙ୍ଗାମା କରିଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଡାକ୍ତର ।