କେନ୍ଦ୍ରାପଡ଼ା : ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର

କେନ୍ଦ୍ରାପଡ଼ା : ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କଳାପାହାଡ଼ ବସ୍ତିରେ ଘଟିଛି ଅଗ୍ନିକାଣ୍ଡ। ଏଥିରେ ଗୋଟିଏ ପରିବାରର ୪ ବଖରା ଘର ପୋଡି ଛାରଖାର ହୋଇଯାଇଛି। ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ୫ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଜଳିଯାଇଛି। ଗତକାଲି ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

Leave A Reply

Your email address will not be published.