ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରାରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିବାଦ ପର‌୍ୟ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଥାଏ। ହଜାର ହଜାର ଭକ୍ତ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଏହା ସହ ପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ ଓ ରତ୍ନ ସିଂହାସନରେ ପୂଜା ପାଉଥିବା ଭୁଦେବୀ , ଶ୍ରୀଦେବୀ ବିମାନରେ ବିଜେ କରି ଶ୍ରୀମନ୍ଦିର ବେଢା ସାତଥର ପରିକ୍ରମା କରିଥିଲେ। ଦୋଳ ବେଦୀ ତଳେ ଓ ଉପରେ ସାତଘେରା ବୁଲିବା ପରେ ଦୋଳରେ ବସି ଝୁଲିଥିଲେ। ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.