କଟକ : କଟକ ମଙ୍ଗୁଳି ଛକ ନିକଟରୁ ୧ କ୍ୱିଣ୍ଟାଲ ୨୧କେଜି ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରେ ଗାଡ଼ି ଯାଞ୍ଚ ବେଳେ ଏକ କ୍ୱିଣ୍ଟାଲ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଫୁଲବାଣୀରୁ ଏହି ଗଞ୍ଜେଇ କୋଲକାତା ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ଓ ଗାଡ଼ିର ମୂଲ୍ୟ ୧୨ଲକ୍ଷ ହେବ ବୋଲି ଅବକାରୀ ବିଭାଗ କହିଛି। ରୋକିୟା ଖାତୁନ୍ ନାମକ ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହ ଗାଡିରେ ଏହି ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି।