କଟକ : ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ,୨ ଗିରଫ

କଟକ : କଟକ ମଙ୍ଗୁଳି ଛକ ନିକଟରୁ ୧ କ୍ୱିଣ୍ଟାଲ ୨୧କେଜି ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମଙ୍ଗୁଳି ଟୋଲ୍‌ ଗେଟ୍‌ ନିକଟରେ ଗାଡ଼ି ଯାଞ୍ଚ ବେଳେ ଏକ କ୍ୱିଣ୍ଟାଲ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଫୁଲବାଣୀରୁ ଏହି ଗଞ୍ଜେଇ କୋଲକାତା ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ଓ ଗାଡ଼ିର ମୂଲ୍ୟ ୧୨ଲକ୍ଷ ହେବ ବୋଲି ଅବକାରୀ ବିଭାଗ କହିଛି। ରୋକିୟା ଖାତୁନ୍‌ ନାମକ ଜଣେ ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସହ ଗାଡିରେ ଏହି ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.