Below header

୨୭ ବର୍ଷ ପରେ ବିଜେପି ଛାଡିଲେ ଶତ୍ରୁଘ୍ନ, ନବରାତ୍ରୀରେ ଧରିବେ କଂଗ୍ରେସର ହାତ

୨୭ ବର୍ଷ ରହିବା ପରେ ଶେଷରେ ବିଜେପିକୁ ବାଏ ବାଏ କହିବାକୁ ପ୍ରସ୍ତୁତ ଶତ୍ରୁଘ୍ନ ସିହ୍ନା । ଖୁବ୍ ଶୀଘ୍ର ହାତ ଧରିବେ ଶତ୍ରୁଘ୍ନ । ଆଜି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି ଶତ୍ରୁଘ୍ନ । ଆଗାମୀ ନବରାତ୍ରୀ ଅର୍ଥାତ୍ ୬ ଏପ୍ରିଲରେ କଂଗ୍ରେସରେ ହେବେ ସାମିଲ୍ । ଏନେଇ ସୂଚନା ଦେଇଛନ୍ତି ବିହାର କଂଗେସ୍ ପ୍ରଭାରୀ ଶକ୍ତି ସିଂହ । ଏପରିକି ଶତ୍ରୁଘ୍ନ ସିହ୍ନା କଂଗ୍ରେସ୍ ପାଇଁ ଷ୍ଟାର୍ ପ୍ରଚାରକ କାମ କରିବେ ବୋଲି କହିଛନ୍ତି ଶକ୍ତି ସିଂହ । ତେବେ ଶତ୍ରୁଘ୍ନ ଆଜି କଂଗ୍ରେସରେ ସାମିଲ୍ ହେବାର ଥିଲା । କିନ୍ତୁ କୌଣସି କାରଣ ବସତଃ ତାହା ହୋଇପାରିନାହିଁ ।

ଅନ୍ୟପଟେ ପାଟନାର ସାହିବ୍ ସିଟରୁ ନିର୍ବାଚନ ଲଢିବା ପାଇଁ ଚାହୁଁଛନ୍ତି ଶତ୍ରୁଘ୍ନ ସିହ୍ନା । କିନ୍ତୁ ପାର୍ଟି ଏଯାଏ ଏନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ଏହି ଦାବିରେ ରାଜି ହୋଇଯାଏ ପାର୍ଟି ତେବେ ଶତ୍ରୁଘ୍ନଙ୍କ ସାମ୍ନା ହେବ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ । କାରଣ ସାହିବ୍ ସିଟରୁ ବିଜେପି ତରଫରୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି ରବିଶଙ୍କର ।

ସୂଚନାଯୋଗ୍ୟ, ୧୯୯୨ରେ ବିଜେପିରେ ସାମିଲ୍ ହୋଇଥିଲେ ଶତ୍ରୁଘ୍ନ ସିହ୍ନା । ସେହି ସମୟରେ ରାଜେଶ୍ ଖନ୍ନାଙ୍କ ବିରୋଧରେ ନିର୍ବାଚନ ଲଢି ମାତ୍ର ୨୫ ହଜାର ଭୋଟରେ ହାରଯାଇଥିଲେ । ଅନ୍ୟପଟେ କଂଗ୍ରେସରୁ ଟିକେଟ୍ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ରାଜେଶ ଖନ୍ନା ।

ତେବେ ୨୦୧୪ରୁ କ୍ୟାବିନେଟରୁ ବାହାରିବା ପରେ ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ ଶତ୍ରୁଘ୍ନ । ଏପରିକି ଅନେକ ସମୟରେ ମୋଦି ଏବଂ ଶାହାଙ୍କୁ ସର୍ବସାଧାରଣରେ ଲଗାତାର ସମାଲୋଚନା ମଧ୍ୟ କରିବାକୁ ପଛାଇନାହାଁନ୍ତି । ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଖୁଲମଖୁଲା ବିରୋଧ କରିଥିଲେ ଶତ୍ରୁଘ୍ନ । କହିଥିଲେ ଏହା ଏକ ଭୁଲ୍ ପଦକ୍ଷେପ ଏବଂ ଏହା ଦ୍ବାରା କେବଳ ଦେଶବାସୀଙ୍କ କ୍ଷତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.