କିଭଳି କରିବେ ବନ୍ୟାକୁ ସାମ୍ନା

ବନ୍ଯା ପୂର୍ବରୁ ନିରାପଦ ଆଶ୍ରୟସ୍ଥଳ ବା ପକ୍କାଘର ଚିହ୍ନଟ କରନ୍ତୁ ଓ ପରିବାରର ସମସ୍ତଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ।

ଟିଭି, ରେଡ଼ିଓ କିମ୍ବା ଅନ୍ଯାନ୍ଯ ଗଣ ମାଧ୍ୟମରେ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଆବଶ୍ଯକ ସ୍ଥଳେ ଜିଲ୍ଲା ଆପାତ କାଳୀନ ପରିଚାଳନା କକ୍ଷ ଟୋଲ ଫ୍ରି ନମ୍ବର ୧୦୭୭ରେ ଯୋଗାଯୋଗ କରନ୍ତୁ।

ପରିବାର ସ୍ତରରେ ଜରୁରୀ କିଟ୍ ପ୍ରସ୍ତୁତ ରଖନ୍ତୁ।

ବନ୍ଯା ଆସିବାର ପୂର୍ବ ସୂଚନା ପାଇଲେ ଚିହ୍ନଟ କରାଯାଇଥିବା ନିରାପଦ ଆଶ୍ରୟସ୍ଥଳକୁ ଚାଲିଯାଆନ୍ତୁ।

 

ଶିଶୁ,ବୟସ୍କ ବ୍ଯକ୍ତି,ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ରୋଗୀମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।

 

ଗୃହପାଳିତ ପ୍ରାଣୀମାନଙ୍କର ଯଥେଷ୍ଟ ଯତ୍ନ ନିଅନ୍ତୁ।

Leave A Reply

Your email address will not be published.