ତିହାର ଜେଲରେ କଏଦୀଙ୍କ ପିଠିରେ ଦବରଦସ୍ତ ଖୋଦାଗଲା ‘ଓମ୍’, ଘଟଣା ସାମ୍ନାକୁ ଆସିବା ପରେ କୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ

ତିହାର ଜେଲରେ ଜଣେ କଏଦୀଙ୍କ ସହିତ ଏମିତି ଏକ ଘଟଣା ଘଟିଛି ଯାହା ପୋଲିସ୍ ଅଧିକାରୀଙ୍କ ନିଷ୍ଠୁରତାର ପରିଚୟ ଦେଇଛି। ପୀଡିତ କଏଦୀ ଜଣଙ୍କ ନ୍ୟୁ ସିଲମପୁରର ନିବାସୀ ସବିର ଓରଫ ନବିର ଓରଫ ପୋପା । ତେବେ ଅବୈଧ ଅସ୍ତ୍ରଶସ୍ତ୍ର ସପ୍ଳାଏ କରୁଥିବା ନେଇ ଏକ ମାମଲାରେ ତାଙ୍କୁ ଗିରଫ କରାଯିବା ପରେ ତିହାର ଜେଲକୁ ଅଣାଯାଇଥିଲା । ସେଠାରେ ପୋଲିସ ଅଧିକାରୀମାନେ ତାଙ୍କୁ ମାରପିଟ୍ କରିଥିଲେ । ଏହାପରେ ତାଙ୍କ ପିଠିରେ ଏକ ମୁନିଆ ଅସ୍ତ୍ରକୁ ଗରମ କରି ଓମ୍ ଲେଖିବା ସହିତ ତାଙ୍କୁ ଜବରଦସ୍ତ ବ୍ରତ ରଖି ଉପବାସ ରଖିବା ନେଇ ଏକ ମାମଲା ସାମ୍ନାକୁ ଆସିଛି ।

ଏହି ଘଟଣା ସେତେବେଳେ ପଦାରେ ପଡିଥିଲା ଯେତେବେଳେ ଗୁରୁବାର ଦିନ ସବିର କୋର୍ଟରେ ହାଜିର ହୋଇଥିଲେ ଏବଂ ସେ ନିଜର ଟି-ସାର୍ଟ ଖୋଲି ମାଜିଷ୍ଟ୍ରେଟଙ୍କୁ ତାଙ୍କ ପିଠି ଦେଖାଇଥିଲେ । ଏହି କଥା ଜାଣିବା ପରେ କଡକଡଡୁମା ଜିଲ୍ଲା ଅଦାଲତ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟ୍ ରିଚା ପରିହାର ଗୁରୁବାର ଦିନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତିହାର ଜେଲ ପ୍ରଶାସନକୁ ୨୪ ଘଣ୍ଟା ଭିତରେ ମାମଲାର ରିପୋର୍ଟ ଦେବା ସହିତ ସିସିଟିଭି ଫୁଟେଜ୍ ଦାଖଲ କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ଶୁକ୍ରବାର ଦିନ ଜେଲ୍ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନଥିଲା । ତେଣୁ କୋର୍ଟ ଏହି ମାମଲାର ଶୁଣାଣିକୁ ୨୨ଏପ୍ରିଲକୁ ଘୁଞ୍ଚାଇ ଦେଇଛନ୍ତି ।

Leave A Reply

Your email address will not be published.