ଆଜି ଢେଙ୍କନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ଆଜି ଢେଙ୍କନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ । ତାଳଚେର, ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ, ରେଢାଖୋଲ ଓ ଦେବଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ନବୀନ ସକାଳ ୧୦ଟା ୧୫ ମିନିଟରେ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ । ପରେ ପାଲଲହଡାରେ ଜନସଭାକୁ ସମ୍ବୋଧନ କରିବେ । ଏହାପରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଯିବେ ନବୀନ । ଆଠମଲ୍ଲିକରେ ନିର୍ବାଚନ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ଅପରାହ୍ନ ଗୋଟାଏରେ ରେଢାଖୋଲ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନରେ ଦେବଗଡ ଅଭିମୁଖେ ଯିବେ ନବୀନ । ଦିନ ୪ଟା ୨୦ ମିନିଟରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ବିଶାଳ ରୋଡ ସୋ’ରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିବେ ନବୀନ । ହାଇଟେକ୍‌ ବସରେ ପ୍ରଚାର କରିବେ। ରାତ୍ର ଯାପନ କରିବା ସହ ରବିବାର ସମ୍ବଲପୁର ଜିଲ୍ଲାରେ ପ୍ରଚାର କରି ଭୁବନେଶ୍ୱର ଫେରିବେ ।

Leave A Reply

Your email address will not be published.