କଟକ(କେନ୍ୟୁଜ୍) : ପେଟ୍ରୋଲ ପମ୍ପରେ ରେଡ୍। କଟକ ଜିଲ୍ଲା ଜଗତପୁର ଖଇରା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଚଢ଼ାଉ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ଵାଡ୍। ଏତିକିବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି। କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପରେ ଏତେ ଟଙ୍କା ରଖାଯାଇଥିଲା ସେନେଇ ଖୋଳତାଡ଼ ଚାଲିଛି। ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀଙ୍କର ଏହି ପେଟ୍ରୋଲ ପମ୍ପ ହୋଇଥିବା ସୂଚନା ମିଳିଛି।