Below header

ବଜାରକୁ ଆସିଲା ‘ପ୍ରେରଣା’ ଏବଂ ‘କମୋଲିକା’ଙ୍କ ଡଲ୍, ଏକତା କହିଲେ “ଆପଣ କାହାକୁ ନେବେ କୁହନ୍ତୁ”

ମୁମ୍ବାଇ : ଟେଲିଭିଜନ ଧାରାବାହିକ କସୋଟି ଜିନ୍ଦେଗୀର ଦ୍ବିତୀୟ ସଂସ୍କରଣ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସୁଛି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ଏବେ ମାର୍କେଟକୁ ଆସିଛି ଏହାର ଦୁଇ ମୁଖ୍ୟ ଅଭିନେତ୍ରୀଙ୍କ କଣ୍ଡେଇ ବା ଡଲ୍। ଏହା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଧାରାବାହିକର ପ୍ରଯୋଜକ ଏକତା କପୁର। ଏକତା ତାଙ୍କ ପୋଷ୍ଟରେ କସୋଟିର ମୁଖ୍ୟ ଅଭିନେତ୍ରୀ ପ୍ରେରଣା ଏବଂ ଖଳନାୟିକା କମୋଲିକାଙ୍କ ସହ ତାଙ୍କର କଣ୍ଡେଇର ଫଟୋ ପୋଷ୍ଟ କରିଛନ୍ତି।

 

View this post on Instagram

 

Wat biggger compliment for these iconic characters ! Thanku ppl for d love !!! Komo dolls n prerna dolls !! Wats ur pick ????

A post shared by Erk❤️rek (@ektaravikapoor) on

ଏକତା ଏହାର କ୍ୟାପସନରେ ଲେଖିଛନ୍ତି, ଏହି ଆଇକୋନିକ୍ ଚରିତ୍ରଙ୍କ ପାଇଁ ଏହା ଠାରୁ ଅଧିକ ପ୍ରଶଂସନୀୟ କଥା କଣ ହେବ। ଏତେ ଭଲପାଇବା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ବଜାରରେ ଏବେ ଉପଲବ୍ଧ କୋମୋ ଏବଂ ପ୍ରେରଣାଙ୍କ ଡଲ୍ସ। ଆପଣ କାହାକୁ କିଣିବାକୁ ଚାହିଁବେ। ଜଣାଇବାକୁ ଚାହିଁବୁ କେବଳ ପ୍ରେରଣ ଏବଂ କୋମଲିକା ନୁହଁ ଧାରାବାହିକରେ ଅଭିନୟ କରୁଥିବା ନିବେଦିତା ବାସୁଙ୍କର ମଧ୍ୟ ଡଲ୍ ବଜାରରେ ଉପଲବ୍ଧ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.