ପବନରେ ଝୁଲିଲା ଭଲଭୋ ବସ୍, ଯାତ୍ରୀଙ୍କ ଛାତିରେ ଅଟକିଲା ଜୀବନ

ହିମାଚଂଳ ପ୍ରଦେଶର ଉନା ଜିଲ୍ଲା ମୁବାରକପୁର ରୋଡରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଛନ୍ତି ବସଯାତ୍ରୀ। ଏଠାରେ ଏକ ଭୋଲଭୋ ବସ ରାସ୍ତା କଡ଼ରେ ଥିବା ପେରାପିଟକୁ ଭାଙ୍ଗି ପବନରେ ଝୁଲନ୍ତା ଅବସ୍ଥାରେ ରହିଯାଇଥିଲା। ଯଦି ବସଟି ଖସିଥାନ୍ତି ତେବେ ତାହା ସେଠାରେ ନବ ନିର୍ମିତ ସ୍କୁଲ ଉପରେ ପଡିଥାନ୍ତା। କିନ୍ତୁ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ବସ ଏବଂ ବସଯାତ୍ରୀଙ୍କୁ ରକ୍ଷା କରିଥିଲେ।

bus accident 2

ପୋଲିସରୁ ମିଳିଥିବା ସୂଚନା ମୁତାବକ, ଭଲଭୋ ବସ ଦିଲ୍ଲୀରୁ ବେଜନାଥ ପାଇଁ ଯାତ୍ରା କରୁଥିଲା। ଭରବାଇଁ ଆୟନ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ନିର୍ମିତ ପେରାପିଟକୁ ଭାଙ୍ଗି ସେଠାରେ ଥିବା ଅନ୍ୟ ପେରାପିଟ ସାହାଯ୍ୟରେ ପବନରେ ଝୁଲି ରହିଲା। ପେରାପିଟରୁ ଭାଙ୍ଗି ପଡିଥିବା ପଥର ସ୍କୁଲ ମଧ୍ୟରେ ପଡିଥିଲା। ତେବେ ସ୍କୁଲ ଏବେ ବନ୍ଦ ରହିଥିବାରୁ ସେଠାରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ରହିନଥିଲେ। ବସରେ ୧୨ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।

Leave A Reply

Your email address will not be published.