୧୦୦୦ ବର୍ଷ ପୁରୁଣା ମୂର୍ତ୍ତିରେ ଲୁଚି ରହିଛି ଅନେକ ରହସ୍ୟ, ଖୋଲିବା ପରେ ବୈଜ୍ଞାନିକମାନେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ

ଚାରି ବର୍ଷ ପୂର୍ବରୁ ବା ୨୦୧୫ ରେ ବୈଜ୍ଞାନିକମାନଙ୍କୁ ଚିନରେ ଏକ ୧୦୦୦ ବର୍ଷ ପୁରୁଣା ମୂର୍ତ୍ତି ମିଳିଛି। ପ୍ରଥମେ ବୈଜ୍ଞାନିକମାନଙ୍କୁ ଲାଗିଥିଲା ଏହା କେବଳ ଗୋଟିଏ ମୂର୍ତ୍ତି, କିନ୍ତୁ ବାସ୍ତବରେ ଏହି ମୂର୍ତ୍ତି ପଛରେ ଅନେକ ରହସ୍ୟ ଲୁଚି ରହିଛି। ଯାହା ସାମ୍ନାକୁ ଆସିବା ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ବୈଜ୍ଞାନିକମାନେ ଏହି ମୂର୍ତ୍ତିକୁ ସ୍କାନ କରିବା ପରେ ଏହି ମୂର୍ତ୍ତି ଭିତରେ ହାଡ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଯାଞ୍ଚ କାର୍ଯ୍ୟ ଆଗକୁ ବଢାଇବା ପରେ ଗୋଟେ ପରେ ଗୋଟେ ନୂଆ ରହସ୍ୟ ବିଷୟରେ ଜାଣିବାକୁ ପାଇଛନ୍ତି।

budhaବାସ୍ତବରେ ୧୦୦୦ ବର୍ଷ ପୁରୁଣା ଏହି ମୂର୍ତ୍ତି ମଧ୍ୟରେ ବୌଦ୍ଧ ଭିକ୍ଷୁଙ୍କର ଶବ ଥିଲା, ଯାହାକୁ ମମି ରୂପେ ରଖାଯାଇଥିଲା। ବୌଦ୍ଧ ଭିକ୍ଷୁ ସାଧନା ଅବସ୍ଥାରେ ରହିଥିଲେ। ଯାଞ୍ଚ ମାଧ୍ୟମରେ ବୈଜ୍ଞାନିକମାନେ ବୌଦ୍ଧ ଭିକ୍ଷୁଙ୍କ ମୃତ୍ୟୁ ପାଖାପାଖି ୧୧୦୦ ମସିହାରେ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ଏହି ମମିକୁ ଦେଖିବା ପରେ ବୌଦ୍ଧ ଭିକ୍ଷୁ ଆତ୍ମା-ନମୀକରଣ କରିଥିଲେ ବା ନିଜେ ମମି ହୋଇଯାଇଥିଲେ ଏପରି ଲାଗିନଥାଏ। ଜାଣିବାକୁ ମିଳିଛି କିଛି ଲୋକମାନେ ଏହି ବୌଦ୍ଧ ଭିକ୍ଷୁଙ୍କ ଶରୀରରେ ଲେପ ଲଗାଇଥିଲେ କାରଣ ମୃତ୍ୟୁ ପରେ ତାଙ୍କ ଶବକୁ ବହୁବର୍ଷ ଧରି ସୁରକ୍ଷିତ ରଖିବା ପାଇଁ ଏପରି କରାଯାଇଥିଲା ବୋଲି ଅନୁମାନ କରାଯାଉଛି।

Buddhist-Statueବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଯାଞ୍ଚ ଅନୁଯାୟୀ ଏହି ବୌଦ୍ଧ ଭିକ୍ଷୁଙ୍କ ମୃତ୍ୟୁ ୩୭ ବର୍ଷ ବୟସରେ ହୋଇଯାଇଥିଲା। ଏଥିସହ ଏହା ଝାଙ୍ଗଙ୍କର ଅବଶେଷ ଥିଲା ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଯାହା ପାର୍ଟିଆର୍ଚ ଝାନଙ୍ଗାଙ୍ଗୋ ଏବଂ ଲିଉକୁଆନ ଝାନଙ୍ଗାଙ୍ଗୋ ନାମରେ ପରିଚିତ।

Leave A Reply

Your email address will not be published.