୨୦୦୩ ରେ ଟିମ୍ ଇଣ୍ଡିଆ ଜିତିପାରିଥାନ୍ତା World Cup, କିନ୍ତୁ ଗାଙ୍ଗୁଲିଙ୍କ ଗୋଟିଏ ଭୁଲ୍ ଭାଙ୍ଗିଦେଲା ଦେଶବାସୀଙ୍କ ହୃଦୟ

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହୋଇଯିବ କ୍ରିକେଟ ମହାକୁମ୍ଭ । ବିଶ୍ବବିଜେତା ହେବା ପାଇଁ ସାମ୍ନାସାମ୍ନି ହେବାର ବିଶ୍ବର ବଡ଼ ବଡ଼ ଦଳ । ୪୬ ଦିନ ପର୍ଯ୍ୟନ୍ତ ୧୧ଟି ମୈଦାନରେ ୧୦ଟି ଟିମ୍ ମଧ୍ୟରେ ହେବ ୪୮ ମୁକାବିଲା । ୫ ଜୁନରେ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ସବୁ ଭାରତୀୟଙ୍କ ନଜର ଏବେ ନିଜ ଟିମ୍ ଉପରେ ।

ତେବେ ୧୯୮୩ ଏବଂ ୨୦୧୧ ରେ ଦୁଇ ଥର ବିଶ୍ବକପ୍ ଜିତିଥିବା ଟିମ୍ ଇଣ୍ଡିଆ ୨୦୦୩ରେ ହୋଇଥିଲା ରନର୍ସଅପ୍ । ଏହି ବର୍ଷ ବିଶ୍ବକପ୍ ଫାଇନାଲରେ ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ସେତେବେଳେ ଭାଙ୍ଗିଯାଇଥିଲା ଯେତେବେଳେ ୨୦ ବର୍ଷ ପରେ ବିଶ୍ବବିଜେତା ହେବାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଯାଇଥିଲା ଟିମ୍ ଇଣ୍ଡିଆ । କେହି ବିଶ୍ବାସ କରିପାରୁନଥିଲେ ଟିମକୁ ସର୍ବଦା ବିଜୟ ଶିଖାଇଥିବା ଦାଦା ଅର୍ଥାତ୍ ସୌରଭ୍ ଗାଙ୍ଗୁଲିଙ୍କ ଟିମ୍ ହାରିଯିବ ।

2003 world cupପୁରା ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଖୁବ୍ ଚମତ୍କାର ଥିଲା । ଆତ୍ମବିଶ୍ବାସରେ ଭରପୁର ଥିଲା ପୁରା ଟିମ୍ । ଟସ୍ ପାଇଁ ଯେମିତି ମୈଦାନକୁ ଓହ୍ଲାଇଥିଲେ ଗାଙ୍ଗୁଲି ଦର୍ଶକ ଟିଭି ସାମ୍ନାରେ ବସି ଟସ୍ ଜିତିବାକୁ ପ୍ରାର୍ଥନା କରିବାକୁ ଲାଗିଥିଲେ । ଭାରତୀୟଙ୍କ ପ୍ରାର୍ଥନା ଶୁଣିଥିଲେ ଭଗବାନ୍ ଆଉ ଟସ୍ ଜିତିଥିଲା ଟିମ୍ ଇଣ୍ଡିଆ ।

ଏହା ସହ ପଢନ୍ତୁ ମିଶନ୍‌ ଓ୍ଵାର୍ଲଡ୍‌ କପ୍‌, କୋହଲିଙ୍କ କାନ୍ଧରେ ବିରାଟ ବୋଝ

ହେଲେ ଗୋଟିଏ ଭୁଲ୍ କରି ବସିଲେ ଗାଙ୍ଗୁଲି । ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଗାଙ୍ଗୁଲି ଏଥିପାଇଁ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ କାରଣ ସେଦିନ ସକାଳୁ ବର୍ଷା ହୋଇଥିଲା । ଆଉ ତାଙ୍କୁ ଲାଗିଥିଲା ଓଦା ପିଚ୍ ବୋଲରଙ୍କ ସପକ୍ଷରେ ଯିବ । ଏବଂ ଅଷ୍ଟ୍ରେଲିଆର ଓପନିଙ୍ଗ୍ ଯୋଡି ଅଳ୍ପ ରନ୍ କରି ଆଉଟ୍ ହୋଇଯିବ ।

କିନ୍ତୁ ଗାଙ୍ଗୁଲିଙ୍କ ସବୁ ଅଙ୍କ ଭୁଲ୍ ହୋଇଗଲା । ଫେଲ୍ ମାରିଲେ ଭାରତୀୟ ବୋଲର୍ । ପରିଣାମ ସ୍ବରୂପ ୩୫୯ର ଏକ ବିଶାଳ ସ୍କୋର୍ ଠିଆ କରିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍ । କୁହାଯାଏ ଗାଙ୍ଗୁଲିଙ୍କ ଏହି ନିଷ୍ପତ୍ତି ଥିଲା ଟିମ୍ ହାରିବାର ପ୍ରମୁଖ କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.