ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁନଥିଲା । ଅକ୍ଷୟ କୁମାରଙ୍କ ହିଟ ଫିଲ୍ମ ଖିଲାଡିରେ ତାଙ୍କ ଅଭିନୟକୁ ଏବେ ବି ଦର୍ଶକ ମନେ ରଖିଛନ୍ତି।  ବାଜିଗର, ଖିଲାଡୀ,ବାଦଶାହ, ୩୬ ଚାଇନା ଟାଉନ ଭଳି ହିଟ ଫିଲ୍ମରେ ଦିନ୍ୟର ଅଭିନୟ କରିଥିଲେ। ଜଣେ ଥିଏଟର କଳାକାର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିନ୍ୟର ମୁଖ୍ୟତଃ ଗୁଜୁରାଟୀ ଓ ହିନ୍ଦୀ ନାଟକରେ ଅଭିନୟ କରୁଥିଲେ । ଅନ୍ଯପଟେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.