ନୂଆଦିଲ୍ଲୀ : କମ ମୂଲ୍ଯରେ ବିମାନଯାତ୍ରା କରିବାର ମଉକା ଦେଉଥିବା ଇଣ୍ଡିଗୋ କମ୍ପାନୀ ଗ୍ରାହକଙ୍କ ପାଇଁ ଆଣିଛି ସମର ସେଲ ଅଫର। ଏହି ଅଫରରେ ଯାତ୍ରୀ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଯାତ୍ରାର ଲାଭ ଉଠାଇପାରିବେ। ଏମିତିରେ କିଛି ଘରୋଇ ରୁଟ୍ସ ଗୁଡିକରେ ବିମାନ ଟିକେଟର ପ୍ରାରମ୍ଭିକ ମୂଲ୍ଯ ୯୯୯ଟଙ୍କା ରହିଛି। ସେହିପରି ଅନ୍ତଃରାଷ୍ଟ୍ରୀୟ ରୁଟ୍ସ ଗୁଡିକରେ ବିମାନଯାତ୍ରା ପାଇଁ ପ୍ରାରମ୍ଭିକ ମୂଲ୍ଯ ୩,୪୯୯ଟଙ୍କା ରଖାଯାଇଛି। ଏହି ସେଲ ଜୁନ୍ ୧୧ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଛି। ସେଲ ସମୟରେ ବୁକ କରାଯାଇଥିବା ଟିକେଟରେ ଯାତ୍ରୀ ୨୬ଜୁନ ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଯାତ୍ରା କରିପାରିବେ। ବିମାନ କମ୍ପାନୀ ଏହି ଅଫର ପାଇଁ ୧୦ ଲକ୍ଷ ସିଟ ପାଇଁ ସଂରକ୍ଷିତ ରଖିଛି। ଏହି ଅଫର ବିଷୟରେ ଅଧିକ ତଥ୍ଯ ଆପଣ କମ୍ପାନୀ ୱେବସାଇଟରୁ ପାଇପାରିବେ।