ଏମିତି ବି ହୁଏ ! ନିଜର ସୁନ୍ଦରତା ପାଇଁ ମହିଳାଙ୍କୁ ଦେବାକୁ ପଡିଲା ଫାଇନ୍

ଉରୁଗ୍ବେର ପେସେନ୍ଦୁ ସହରରେ ଗତ କିଛି ଦିନ ପୂର୍ବରୁ ଜଣେ ଟ୍ରାଫିକ ପୋଲିସ ଅଫିସର ଦୁଇ ଚକିଆ ଯାନ ଚଲାଉଥିବା ଜଣେ ସୁନ୍ଦରୀ ମହିଳାଙ୍କର ଚାଲାଣ କାଟିଛନ୍ତି। ଆପଣ ଭାବୁଥିବେ ସେମିତ ତ ସବୁ ପୋଲିସ କର୍ମଚାରୀ ମାନେ କରନ୍ତି ଏହା କଣ ନୂଆ କଥା। କିନ୍ତୁ ଏହି ଘଟଣା କିଛି ଅଲଗା, ଯାହକୁ ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପୋଲିସ କର୍ମଚାରୀ ମହିଳାଙ୍କୁ ଚାଲାଣ କାଟି ଲେଖିଛନ୍ତି ଆପଣଙ୍କୁ ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ଧ୍ୟାନ ହଟିପାରେ, ଯାହାଦ୍ବାରା ଦୁର୍ଘଟଣା ମଧ୍ୟ ହୋଇପାରେ। କେବଳ ଏତିକି ନୁହେଁ ପୋଲିସ କର୍ମଚାରୀ ଚାଲାଣ ଉପ,ରେ ସ୍ପେନିଶ୍ ଭାଷାରେ ମହିଳାକୁ ପ୍ରେମ ଆବେଦନ ମଧ୍ୟ କରିଛନ୍ତି। ସେ ସ୍ପେନିଶରେ ଲେଖିଛନ୍ତି- ତି ଆମୋ ଅର୍ଥାତ ମୁଁ ତୁମକୁ ଭଲ ପାଏ।
ମହିଳା ଚାଲାଣକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। କିଛି ସମୟ ପରେ ଏହା ଭାଇରାଲ ହୋଇଗଲା ଏବଂ ଟ୍ରାଫିକ ଅଫିସର ଏହି ଘଟଣାର ଯାଞ୍ଚ କରିବା ପାଇଁ ଆଦେଶ ଦେଲେ। ଲୋକମାନେ ଏହା ଉପରେ ବହୁତ ପ୍ରତିକ୍ରିୟା ଦେଇଛନ୍ତି।
ଭୁଲ ବାହାରିଲେ ଯାଇପାରେ ଚାକିରି
ପୋଲିସ ଅଧିକାରୀଙ୍କ ଏହି କାମ ପାଇଁ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ମଧ୍ୟ ପଡିପାରେ। ଏମିତି କୁହାଯାଉଛି ଯେ ବିଭାଗୀୟ ଯାଞ୍ଚରେ ଯଦି ପୋଲିସ ଦୋଷୀ ହୁଅନ୍ତି ତେବେ ନିୟମ ମୁତାବକ ତାଙ୍କୁ ନିଲମ୍ବିତ କିମ୍ବା ଚାକିରିରୁ ମଧ୍ୟ ବାହର କରାଯାଇପାରେ।