Below header

ରଥଯାତ୍ରାର ସିଧା ପ୍ରସାରଣ ମାମଲା, ସବୁ ଚ୍ୟାନେଲକୁ ମିଳିବ ମଉକା

ସବୁ ଚ୍ୟାନେଲ କରିପାରିବେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ। କାହାରିକୁ ବାଦ ଦିଆଯିବ ନାହିଁ। ଅର୍ଥାତ ସିଧାପ୍ରସାରଣ ନେଇ କୌଣସି ନିଲାମ କରାଯିବ ନାହିଁ। କିନ୍ତୁ ପ୍ରତି ଚ୍ୟାନେଲ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବେ। ଏସମ୍ପର୍କରେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। ସିଧା ପ୍ରସାରଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ରଥଯାତ୍ରା ସିଧାପ୍ରସାରଣ ନିଲାମ ଡାକରା ନିଷ୍ପତ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ହାଇକୋର୍ଟରେ ବି ରୁଜୁ ହୋଇଥିଲା ଜନସ୍ୱାର୍ଥ ମାମଲା। ଏଭଳି ବିବାଦୀୟ ପରିସ୍ଥିତିରେ ଆଜି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ସମସ୍ତ ଚ୍ୟାନେଲକୁ ସିଧାପ୍ରାସରଣର ଅନୁମତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.