ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ବିରମହାରାଜପୁରଠାରେ କୃଷକ ମାନଙ୍କ ସାମଗ୍ରୀକ ବିକାଶ ସଂପର୍କିତ ଏକ କୃଷକ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଂଟର ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ମରୁଡି ସହନଶୀଳ ଧାନ, କମ୍ ବିହନରେ ଅଧିକ ଅମଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ୬୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ ।