ବଲାଙ୍ଗୀର ଘୁଟୁପାଲି ଗାଁର ଭଣ୍ଡବାବା ବସନ୍ତ ବାଗ୍ ଗିରଫ

ବଲାଙ୍ଗୀର(କେନ୍ୟୁଜ୍) : ଗିରଫ ହେଲେ ଭଣ୍ଡବାବା । ବଲାଙ୍ଗୀର ଘୁଟୁପାଲି ଗାଁର ଭଣ୍ଡବାବା ବସନ୍ତ ବାଗଙ୍କୁ ଗିରଫ କରିଛି ଖଡିଆଳ ପୋଲିସ । ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ ଲାଂଜି କଟାପଡ଼ା ଗାଁର ଜଣେ ନାବାଳିକା ଅସୁସ୍ଥ ଥିଲେ। ପରେ ପରିବାରଲୋକେ ତାଙ୍କୁ ଝଡାଫୁଙ୍କା କରିବା ପାଇଁ ଘରକୁ ବସନ୍ତ କୁମାର ବାଗ ନାମକ ବାବାଙ୍କୁ ଡାକିଥିଲେ।

ଏହାପରେ ବାବା ସମସ୍ତଙ୍କୁ ଘରୁ ବାହାରି ଯିବାକୁ କହି ଝଡାଫୁଙ୍କା ନାଁରେ ଅସଦାଚାରଣ କରିଥିଲେ। ନାବାଳିକା ଜଣକ ଅଧିକ ଅସୁସ୍ଥ ହୋଇପଡିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହାପରେ ବାବାଙ୍କ ନାଁରେ ପରିବାରଲୋକେ ଥାନାରେ ଅସାଦାଚାରଣ ଅଭିଯୋଗ କରିଥିଲେ। ଆଜି ଭଣ୍ଡବାବା ବସନ୍ତ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡିଆଳ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.