ଭୁବନେଶ୍ୱର ADJ କୋର୍ଟରେ ପାଟଣାଗଡ଼ ବିଧାୟକଙ୍କ ଜାମିନ ଆବେଦନ ଖାରଜ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଖାରଜ । ଭୁବନେଶ୍ୱର ADJ କୋର୍ଟ ଜାମିନଙ୍କୁ ଖାରଜ କରିଛନ୍ତି । ଆସନ୍ତା ୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଜାମିନ ଖାରଜ ପରେ ଝାରପଡ଼ା ସରୋଜ ମେହେର ଜେଲ ଯିବେ । ଜୁନ୍ ୫ ତାରିଖରେ ନିମ୍ନମାନର ରାସ୍ତା କାମ ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ଉଠ୍ ବସ୍ କରାଇବାର ଭିଜୁଆଲ୍ ଭାଇରାଲ୍ ହୋଇଥିଲା । ଏନେଇ ଯନ୍ତ୍ରୀଙ୍କ ସ୍ତ୍ରୀ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଏତଲା ଆଧାରରେ ଗତ ୨୪ ତାରିଖରେ ନୂଆପଡ଼ାରୁ ପୋଲିସ ସରୋଜ ମେହେରଙ୍କୁ ଗିରଫ କରିଥିଲା। ଏହାପରେ ସେ ଅସୁସ୍ଥ ହୋଇ ୨୫ ତାରିଖରୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଗତକାଲି ବିଧାୟକଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା।

Leave A Reply

Your email address will not be published.