ପିଛା ଛାଡୁନି ଟିମ୍ ଇଣ୍ଡିଆର ଆହତ ସମସ୍ୟା : ଧଓ୍ଵନ, ଭୁବନେଶ୍ୱରଙ୍କ ପରେ ବିଜୟ ଶଙ୍କର ଆହତ

ଆହତ ସମସ୍ୟା ଟିମ୍ ଇଣ୍ଡିଆର ପିଛା ଛାଡୁନି। ପ୍ରଥମେ ଶିଖର ଧଓ୍ଵନ, ପରେ ଭୁବନେଶ୍ୱର କୁମାର। ଏବେ ବିଜୟ ଶଙ୍କର ଆହତ। ଶିଖର ଧଓ୍ଵନଙ୍କ ପରେ ବିଶ୍ୱକପ ଟିମ୍ରୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି। ନେଟ୍ସରେ ଅଭ୍ୟାସ ବେଳେ ଯଶପ୍ରୀତ ବୁମରାହଙ୍କ ବଲ ତାଙ୍କ ହାତରେ ଲାଗିଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଖେଳିଥିଲେ ରୁଷଭ ପନ୍ଥ।

ଆଶା କରାଯାଉଥିଲା ସେ ଆହତ ସମସ୍ୟାରୁ ମୁକୁଳି ପୁଣି ଥରେ ପ୍ଲେଇଂ ଇଲେଭେନକୁ ଫେରିବେ। କିନ୍ତୁ ଆଜି ସ୍ପଷ୍ଟ କରାଗଲା ଯେ, ସେ ଆଉ ବିଶ୍ୱକପରେ ଖେଳିବେ ନାହିଁ। ତାଙ୍କ ସ୍ଥାନରୁ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଦଳରେ ସୁଯୋଗ ମିଳିପାରେ। ଏନେଇ ବିସିସିଆଇ ଆଇସିସିକୁ ଅନୁରୋଧ କରିଛି। ତେଣୁ ଆସନ୍ତା ୨ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲ ଟିମରେ ସାମିଲ ହୋଇପାରନ୍ତି।

Leave A Reply

Your email address will not be published.