ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ଥ, ଦୁଇ ପିଲାଙ୍କ ସମେତ ତିନି ମୃତ

ହିମାଚଳ ପ୍ରଦେଶରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍କୁଲ ପିଲାଙ୍କୁ ନେଉଥିବା ଏକ ବସ ଘାଇରେ ଖସିପଡିଛି। ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ ଛାତ୍ର ଏବଂ ବସ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଅନେକ ଛାତ୍ରଛାତ୍ରୀମାନେ ଏହି ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି। ଝାଞ୍ଜାଡିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଏଚଆରଟିସି ବସ୍ ଚେଲସି ସ୍କୁଲର ପିଲାଙ୍କୁ ନେଇ ଯାଉଥିବାବେଳେ ଘାଇରେ ଖସି ପଡିଲା।

ଦୁର୍ଘଟଣା ଘଟିବା ପରେ ଆଖପାଖରେ ଲୋକମାନେ ଘଟଣାସ୍ଥଳକୁ ପହଁଚି ବସରୁ ପିଲାଙ୍କୁ ବାହାର କରିଥିଲେ। ଦୁର୍ଘଟଣାରେ ବସ୍ ଚାଳକଙ୍କ ମ୍ରୁତ୍ୟୁ ଘଟିଛି। ଚିକିତ୍ସା ସମୟରେ ଦୁଇ ଜଣ ପିଲାଙ୍କର ମ୍ରୁତ୍ୟୁ ହୋଇଛି। ସିମଲା ପୋଲିସ ଅଧ୍ୟକ୍ଷକ ଓମାପତି ଜମ୍ବାଲ କହିଛନ୍ତି ଯେ ଆହତଙ୍କୁ ହସପିଟାଲକୁ ପଠାଯାଇଛି କିନ୍ତୁ ଏବେ ପର‌୍ୟ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.