ସହିଦନଗର: ପୁଣି ବିଲଡର କମ୍ପାନି ନାଁରେ ଠକେଇ ଅଭିଯୋଗ

ପୁଣି ଏକ ବିଲଡର କମ୍ପାନି ନାଁରେ ଠକେଇ ଅଭିଯୋଗ। ସଦିଦନଗରରେ ଥିବା ସିମେକ୍ସ ବିଲଡର ପ୍ରାଇଭେଟ ଲିମିଟେଡ କମ୍ପାନି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଫ୍ଲାଟ ଯୋଗଇ ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି। ୨୦୧୧-୧୨ରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ସହ ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କ ଠାରୁ ଟଙ୍କା ନେଇଥିଲେ ବିଲଡର କମ୍ପାନୀର ମାଲିକ ନିର୍ମଳ ବେହେରା। ୨୦୧୪ରେ ଫ୍ଲାଟ ନିର୍ମାଣ କରି ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର‌୍ୟ୍ୟନ୍ତ ନା ଘର ଯୋଗାଉଛନ୍ତି ନା ଟଙ୍କା ଫେରସ୍ତ କରିଛନ୍ତି । ଠକାମୀର ଶିକାର ହୋଇଥିବା ବହୁ ଲୋକ ସହିଦନଗର ଥାନାରେ ବିଲଡର କମ୍ପାନୀର ମାଲିକଙ୍କ ନାଁରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.