ରାୟଗଡା(କେନ୍ୟୁଜ୍): ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ହାତୀ ଉପଦ୍ରବ । ବିଷମ କଟକ ବ୍ଲକ କୁର୍ଲୀ ପଞ୍ଚାୟତର ହୁଣ୍ଡିଝାଲି ଗାଁ ନିକଟରେ ଥିବା ଜଙ୍ଗଲରେ ୨୫ରୁ ଅଧିକ ହାତୀ ଗତ ଦୁଇଦିନ ଧରି ଉପଦ୍ରବ ଚଲାଇଛନ୍ତି । ହାତୀ ଉପଦ୍ରବ ଯୋଗୁ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଲୋକେ। ହାତୀପଲ ହୁଣ୍ଡିଝାଲି ସମେତ ଡାଙ୍ଗଯୋଡି ଓ ଖମ୍ବେସି ଗାଁର ୪୦ଟି ପରିବାରଙ୍କ ଫସଲ ନଷ୍ଟ କରିଦେଇଛନ୍ତି ।