ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ :

ପୁରୀ : ସମୁଦ୍ରକୂଳ ଥାନା ଅନ୍ତର୍ଗତ ନୋଳିଆ ସାହି ଓ ହରିଜନ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଉଭୟ ସାହିରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଗୋଷ୍ଠୀ ସଂଘର୍ଷରେ ଜଣେ ଆହତ ହୋଇଥିବାବେଳେ ୪ଟି ଗାଡି ଓ ଦୋକାନରେ ବ୍ୟାପକ ଭଂଗାରୁଜା ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣା ପଡ଼ିଛି।ପ୍ରଥମେ ହରିଜନ ସାହିର ଲୋକ ନୋଳିଆ ସାହି ଉପରେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ପରେ ନୋଳିଆ ସାହି ବାସିନ୍ଦା ପୋଲିସ ଉପସ୍ଥିତିରେ ବ୍ୟାପକ ଭଂଗାରୁଜା କରିଥିଲେ। ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.