ଗୁଗୁଲ୍ ଡୁଡୁଲ୍ ‘ମୀନା କୁମାରୀ’

ଯଦି ଜୀବିତ ଥାନ୍ତେ ତାଙ୍କୁ ଆଜି ୮୫ ବର୍ଷ ହୋଇଥାନ୍ତା। ତେବେ ଏଇ ଦିବଙ୍ଗତ ନାୟିକାଙ୍କ ଜନ୍ମଦିନରେ ସର୍ଚ୍ଚ ଇଞ୍ଜିନ୍ ଗୁଗଲ, ତାଙ୍କୁ ‘ଡୁଡଲ’ କରି ମନେ ପକାଇଛି। ନିଜ ସମୟର ସବୁଠାରୁ ଲୋକପ୍ରିୟ, ନାମୀ ଦାମୀ ଅଭିନେତ୍ରୀ ‘ଟାଜେଡି କୁଇନ୍’ ଭାବେ ପରିଚିତ ଥିଲେ ମୀନା କୁମାରୀ। ନାୟକମାନେ ତାଙ୍କ ସହିତ ଅଭିନୟ କରିବାକୁ ଚାତକ ପରି ଚାହିଁ ରହୁଥିଲେ। ହିନ୍ଦୀ ସିନେମାରେ ଗୁରୁଦତ୍ତ, ରାଜକୁମାର ଓ ଦେବାନନ୍ଦଙ୍କ ସହ ଯୋଡି ଜମିଥିଲା ମୀନା କୁମାରୀଙ୍କର। ସାହେବ ବିବି ଓ୍ଵର ଗୁଲାମର ଛୋଟି ବହୁ କ୍ୟାରେକ୍ଟର, ପାକିଜାର ମାହଜବିନ ବା ମେରେ ଅପନେ ଫିଲ୍ମର ଆନନ୍ଦି ଦେବୀ ଏବଂ ଦୁଷ୍ମନ ଫିଲ୍ମରେ ବିଧବା ଭୂମିକାରେ ତାଙ୍କ ଅଭିନୟ ଏବେବି ଫ୍ୟାନଙ୍କ ହୃଦୟରେ ବସା ବାନ୍ଧିଛି।

mina kumariସାହେବ ବିବି ଓ୍ଵର ଗୁଲାମ, ପରିଣିତା, କାଜଲ ପାଇଁ ମୀନା କୁମାରୀଙ୍କୁ ଫିଲ୍ମ ଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା। ବୈଜୁ ବାବରା, ଏକ ହି ରିସ୍ତା, ଶାରଦା, ଶରାରତ, ଦିଲ ଅପନା, ପ୍ରୀତ ପରାଇ, ଆଜାଦ୍, କୋହିନୁର, ଫୁଲ ଓ୍ଵର ପଥର, ଦିଲ ଏକ ମନ୍ଦିର ଭଳି ହିଟ୍ ଫିଲ୍ମ ସେ ବଲିଉଡକୁ ଉପହାର ଦେଇଛନ୍ତି। ୧୯୭୨ରେ ରିଲିଜ ହୋଇଥିବା ଫିଲ୍ମ ‘ପାକିଜା’ ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା। ମାତ୍ର ୩୮ ବର୍ଷ ବୟସରେ ୧୯୭୨ରେ ତାଙ୍କର ପରଲୋକ ଘଟିଥିଲା। ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ମୀନା କୁମାରୀ। ତାଙ୍କ ଅଭିନୀତ ଫିଲ୍ମର କ୍ୟାରେକ୍ଟର ଭଳି ତାଙ୍କ ଅସଲ ଜୀବନ ବି କୌଣସି ଟ୍ରାଜେଡି ଠାରୁ କମ୍ ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.