ଦଶମ ପାସ୍‌ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ, ଖାଲିପଡିଛି ୪୪୯୯ ରେଳବାଇ ଚାକିରି

ଆପଣ ସରକାରୀ ଚାକିରି ଅନୁସନ୍ଧାନରେ ଅଛନ୍ତି କି ? ଭାରତୀୟ ରେଳବାଇ ତରଫରୁ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଉତ୍ତର-ପୂର୍ବ ସୀମା ରେଲୱେ (NFR), ରେଲୱେ ରିକ୍ୱାରମେଣ୍ଟ ସେଲ (RRC) ପାଇଁ ୪୪୯୯ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ରେଲୱେ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୫, ୨୦୨୦ ମଧ୍ୟରେ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

– ଅନଲାଇନ୍‌ ଆବେଦନର ପ୍ରଥମ ତାରିଖ: ଅଗଷ୍ଟ ୧୬ ( ସକାଳ ୧୦ ଟାରୁ ଆରମ୍ଭ)

– ଅନଲାଇନ୍‌ ଆବେଦନର ଶେଷ ତାରିଖ: ସେପ୍ଟେମ୍ବର ୧୫ ( ରାତି ୧୦ଟା ପର୍ଯ୍ୟନ୍ତ)

ପଦବୀ ବିବରଣୀ :

ଆପାରେଣ୍ଟିସ୍‌: ୪୪୯୯ (କାଟିହର୍‌ (KIR)

11

ଶିକ୍ଷାଗତ/ Technical ଯୋଗ୍ୟତା: ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବେ ଯେକୌଣସି ସୀକୃତି ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷା କିମ୍ବା ତା ଠାରୁ ଅଧିକ ଶ୍ରେଣୀ ପରୀକ୍ଷା ପାସ୍‌ କରିଥିବା ଆବଶ୍ୟକ। ଜାତୀୟ ଦ୍ୱାରା ଜାରି ବିଜ୍ଞପ୍ତିରେ ବାଣିଜ୍ୟିକ ପ୍ରମାଣପତ୍ର (ITI) ମଧ୍ୟ ରଖିଥିବେ । ଭୋକେସ୍‌ନାଲ ଟ୍ରେନିଂ ପାଇଁ କାଉନ୍‌ସିଲ୍‌ କିମ୍ବା ନ୍ୟାସନାଲ କାଉନ୍‌ସିଲ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରୋଭିଜନାଲ ସାର୍ଟିଫିକେଟ୍‌ ଆବଶ୍ୟକ । ତଥାପି ସେମାନେ ଅତି କମ୍‌ରେ ୫୦% ମାର୍କ ପ୍ରାପ୍ତ କରିଥିବେ ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ । ତଥାପି ଏସ୍‌ସି/ ଏସଟି, ଓବିସି ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ କିଛିଟା ରିହାତି ରହିଛି।

କିପରି ଆବେଦନ କରିବେ : ପ୍ରାର୍ଥୀମାନେ www.nfr.indianrailways.gov.in ରେ ଅନଲାଇନରେ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.