ସୁପ୍ରିମ କୋର୍ଟ ବିଚାରପତି ଲଗାଇଲେ ୧୦୦ ଟଙ୍କାର ଜରିମାନା, ୫୦ ପଇସାର ୨୦୦ କଏନ ନେଇ ପହଞ୍ଚିଲେ ଓକିଲ

ନିକଟରେ ଏକ ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ସୁପ୍ରିମକୋର୍ଟ ଓକିଲ ରୀପକ କଂସଲ ୫୦ ପଇସାର ୨୦୦ କଏନ ନେଇ କୋର୍ଟରେ ଜମା କରିଛନ୍ତି। ଏହା ଶୁଣିବା ପରେ ଆପଣ ଭାବୁଥିବେ ଯେ ୫୦ ପଇସା ତ ଆଜିକାଲି ମାର୍କେଟରେ ଚାଲୁନି ତେବେ ଏମିତି ଏକ ଅଦ୍ଭୁତ କାଣ୍ଡ ଏହି ଓକିଲ ଜଣକ କାହିଁକି କରିଛନ୍ତି ? ତାହା ପୁଣି ସୁପ୍ରିମ୍‌ କୋର୍ଟରେ ? ତାହେଲେ ଶୁଣନ୍ତୁ ପୂରା ଘଟଣା ।

ଓକିଲ ରୀପକ କଂସଲ ସୁପ୍ରିମକୋର୍ଟ ରେ ଏକ ଅଭିଯୋଗ ଦାଖଲ କଲେ ଯେ ଏଠାକାର ସେକସନ୍‌ ଅଫିସର ବା ରେଜିଷ୍ଟ୍ରୀ ଲଗାତର ଭାବେ କିଛି କ୍ଷମତାଶାଳୀ ଓକିଲ ଏବଂ ଲ’ ଫାର୍ମର ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ଅନ୍ୟମାନଙ୍କ ମାମଲାକୁ ବିଳମ୍ବରେ ତାଲିକା ଭୁକ୍ତ କରୁଛନ୍ତି । ତେଣୁ ତାଲିକାଭୁକ୍ତ ମାମଲାର ଠିକ୍‌ ଭାବେ ଶୁଣାଣି କରିବା ପାଇଁ ସେ ଆବେଦନରେ କହିଥିଲେ ।

ତେବେ ଏହି ଓକିଲଙ୍କ ଅଭିଯୋଗ ଭିତ୍ତିହୀନ କହି ମାମଲାକୁ ଖାରଜ କରିବା ସହ ଓକିଲ ରୀପକଙ୍କ ଉପରେ ୧୦୦ ଟଙ୍କାର ଜରିମନା ଲଗାଇଥିଲେ । ଏହା ପରେ ରୀପ୍‌ ଏବଂ ତାଙ୍କର ଅନ୍ୟ ସାଥୀମାନେ ମିଶି ୫୦ ପଇସାର କଏନ୍‌ ସବୁ ଯୋଗାଡ଼ କରି ସୁପ୍ରିମକୋର୍ଟରେ ଜମା କରିଛନ୍ତି। ୫୦ ପଇସା କଏନ ଆଜି କାଲି ବଜାରରେ ଚାଲୁନାହିଁ । ତଥାପି ଓକିଲ ଜଣକ ବୁଦ୍ଧି ଖର୍ଚ୍ଚ କରି ଏହିସବୁ ପଇସାକୁ ଏକାଠି କରିଥିଲେ। ତାହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଓକିଲଙ୍କ ଉପରେ କାହିଁକି ଲାଗିଥିଲା ୧୦୦ ଟଙ୍କାର ଜରିମାନା ।

coin

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଅବ୍ଦୁଲ ନଜିର ଏବଂ ଜଷ୍ଟିସ ଏମ ଆର ଶାହଙ୍କ ବେଞ୍ଚ ରୀପକ କଂସଲଙ୍କ ଯାଚିକାରେ ଲଗାଇଥିବା ଆରୋପକୁ ଖାରିଜ କରି ୧୦୦ ଟଙ୍କା ଜରିମାନା ଲଗାଇଥିଲେ। କୋର୍ଟ ନିଜର ଫଇସଲାରେ କହିଛନ୍ତି କି, ‘ରେଜିଷ୍ଟ୍ରିର ସମସ୍ତ ସଦସ୍ୟ ଦିନ ରାତି ଆପଣଙ୍କ ଜୀବନକୁ ସହଜ କରିବା ପାଇଁ କାମ କରୁଛନ୍ତି। ଆପଣ ତାଙ୍କୁ ହତୋତ୍ସାହିତ କରନ୍ତୁ ନାହିଁ। ଆପଣ ଏପରି ଆରୋପ କିପରି ଲଗାଇ ପାରୁଛନ୍ତି ? ରେଜିଷ୍ଟ୍ରି ଆମ ଅଧିନସ୍ତ ନୁହେଁ, ସେ ସୁପ୍ରିମକୋର୍ଟର ଏକ ଅଂଶ ଅଟନ୍ତି।

ଏଥିପାଇଁ ଓକିଲଙ୍କ ଉପରେ ୧୦୦ ଟଙ୍କାର ଜରିମାନା ଲାଗିଥିଲା। ଏହି ୧୦୦ ଟଙ୍କା ଏକାଠି କରିବା ପାଇଁ ଓକିଲ ଜଣକ ଓ୍ଵାଟସଅପରେ ‘conribute Rs 100’ ନାମରେ ଏକ ଗ୍ରୁପ ବନାଇଥିଲେ। ଯାହାକୁ ୧୨୫ରୁ ଅଧିକ ଓକିଲ ସମର୍ଥନ ମଧ୍ୟ କରିଥିଲେ ଆଉ ସମସ୍ତେ ମିଶି ୫୦ ପଇସାର କଏନ ଏକାଠି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.