ରେଲୱେରେ ଖାଲିପଡିଛି ୧୭୦୦ରୁ ଅଧିକ ପଦବୀ, ୧୦ମ ପାସ୍‌ କରିପାରିବେ ଆବେଦନ

ରେଲୱେ ଭର୍ତ୍ତି ବୋର୍ଡ (ଆରଆରବି ) ଦକ୍ଷିଣ ପୂର୍ବ ରେଲୱେ ଆପାରଣ୍ଟିସ ଭର୍ତ୍ତି ପାଇଁ ନିଯୁକ୍ତି ଅଧିସୂଚନା ଜାରି କରିଛି। ରେଲୱେରେ ଅନେକ ପଦ ପାଇଁ ନିଯୁକ୍ତି ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋଟ ୧୭୮୫୪ଟି ପଦ ପାଇଁ ନିଯୁକ୍ତି ପତ୍ର ଜାରି କରାଯାଇଛି। ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ rrcser.com.in କୁ ଯାଇ ପଞ୍ଜୀକରଣ କରିପାରିବେ।

ପଦ ସଂଖ୍ୟା: ୧୭୮୫

ଜରୁରୀ ତାରିଖ:

ଅନଲାଇନ୍‌ ଆବେଦନ କରିବାର ଆରମ୍ଭ ତାରିଖ ୧୫ ନଭେମ୍ବର ୨୦୨୧ ରହିଥିବା ବେଳେ ଆବେଦନପତ୍ର ଜମା କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ୟତା :

ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଅତି କମ୍‌ରେ ୫୦ ପ୍ରତିଶତ ମାର୍କ ସହିତ ମାଟ୍ରିକ୍‌ ପାସ୍‌ କରିଥିବା ଜରୁରୀ। ଏହାଛଡା ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ ପାସ୍‌ କରିଥିବା ଜରୁରୀ।

ବୟସ ସୀମା :

ଆବେଦନକାରୀଙ୍କ ବୟସ ଅତିକମରେ ୧୫ ବର୍ଷ ଏବଂ ଅତିବେଶୀରେ ୨୪ ବର୍ଷ ହୋଇଥିବ।

ଚୟନ ପ୍ରକ୍ରିୟା :

ଆବେଦନକାରୀଙ୍କ ଚୟନ ଦଶମ ଶ୍ରେଣୀରେ ପ୍ରାପ୍ତ ଅଙ୍କ ସହିତ ତାଙ୍କ ଯୋଗ୍ୟତା ଆଧାରରେ ହେବ।

ପରୀକ୍ଷା ଶୁଳ୍କ :

ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୧୦୦/-ଟଙ୍କା ଶୁଳ୍କ ଦେବାକୁ ହେବ। ଅନୁସୂଚିତ ଜାତି ଏବଂ ଜନଜାତି, PWD, ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ରେଳବାଇ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଖଡଗପୁର ଓ୍ଵାର୍କସପ୍‌ରେ ଫିଟର, ଟର୍ନର, ଇଲେକ୍ଟ୍ରିସିଆନ, ୱେଲଡର ଏବଂ ମେକାନିକ ଇତ୍ୟାଦି ପଦରେ ୩୬୦ଟି ପଦବୀ ନିଯୁକ୍ତି ମିଳିବ।

କେମିତି କରିବେ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌ rrcser.co.inକୁ ଯାଇ ଆବେଦନ କରିପାରିବେ। ଆବେଦନ ପତ୍ର ଭରିବା ପରେ ଆବଶ୍ୟକ ଦସ୍ତାବିଜ ଯେପରିକି ସ୍କାନ ଫଟୋ, ସ୍କାନ ହୋଇଥିବା ହସ୍ତାକ୍ଷର ଅପଲୋଡ କରିବାକୁ ହେବ। ଆଉ ଆବେଦନ କରିବା ପରେ ଆବେଦନ ପତ୍ରର ପ୍ରିଣ୍ଟଆଉଟ ଜରୁରୀ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.