Below header

ଏବେ ବଜାରରୁ ଗାୟବ ହୋଇଯିବ ୨ହଜାର ଟଙ୍କିଆ ନୋଟ୍ ! ଜାଣନ୍ତୁ କାହିଁକି?

କଣ ସରକାର ଧିରେ ଧିରେ ୨ହଜାର ଟଙ୍କା ନୋଟକୁ ପ୍ରଚଳନ କରିବା ବନ୍ଦ କରିବାକୁ ଚାହୁଁଛନ୍ତି କି? ରିପୋର୍ଟ ଅନୁସାରେ ଏକ ସରକାରୀ ବ୍ୟାଙ୍କ ନିଜ କର୍ମଚାରୀମାନଙ୍କୁ ଲିଖିତ ଭାବେ ଆଦେଶ ଜାରି କରି କହିଛନ୍ତି କି, ସେମାନେ ଗ୍ରାହକଙ୍କୁ ୨ହଜାର ଟଙ୍କା ନୋଟ୍ ଦେବେନାହିଁ । ଏହାବ୍ୟତିତ ଏଟିଏମ୍ ରେ ମଧ୍ୟ ଏହି ୨ହଜାର ନୋଟ୍ ଜମା କରିବେ ନାହିଁ । ଏକ ଇଂରାଜୀ ୱେବସାଇଟ୍ ରିପୋର୍ଟ ଅନୁସାରେ ବ୍ୟାଙ୍କର ଜଣେ ଅଧିକାରୀ ଏକଥା କହିଛନ୍ତି।

2000ରିପୋର୍ଟ ମୁତାବକ ଇମେଲ୍ ଜରିଆରେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ପକ୍ଷରୁ ଏହି ନିର୍ଦ୍ଦେଶରେ ଗ୍ରାହକଙ୍କଠାରୁ ୨ହଜାର ଟଙ୍କା ଆଣିବାକୁ କୁହାଯାଇଥିବା ସହିତ ଏହି ସମ୍ବନ୍ଧୀୟ ଔପଚାରିକ ଆଦେଶ ଖୁବ୍ ଶିଘ୍ର ଜାରି କରାଯିବାକୁ କହିଛନ୍ତି। ସବୁ ବ୍ୟାଙ୍କର ମ୍ୟାନେଜରଙ୍କୁ ଏ ନିର୍ଦ୍ଦେଶନାମା ଆସନ୍ତା ସକାଳ ସୁଦ୍ଧା ଜାରି କରାଯିବାକୁ କୁହାଯାଇଛି ।

atmବ୍ୟାଙ୍କ କର୍ମଚାରୀଙ୍କୁ ୧୦୦ଟଙ୍କିଆ ନୋଟ୍ ବହୁ ମାତ୍ରାରେ ନେଣଦେଣ କରିବାକୁ କୁହାଯାଇଛି । ଆଦେଶ ମୁତାବକ ୧୦୦ଟଙ୍କିଆ ନୋଟ ବ୍ୟବହାର ବିଶେଷ ଭାବେ ବଢାଯିବ । ଏହି ଆଦେଶ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ କିଛି ଦିନ ପୂର୍ବରୁ ନ୍ୟାସନାଲ କ୍ରାଇମ୍ ବ୍ୟୁରୋ ରିପୋର୍ଟ  ଆଧାରରେ ୨ହଜାର ଟଙ୍କା ନକଲି ନୋଟ୍ ବଜାରକୁ ଆସିଥିବା ନେଇ କୁହାଯାଇଥିଲା । ଏହା ମଧ୍ୟ ରିପୋର୍ଟରେ କୁହାଯାଇଛି କି, ଜବତ କରାଯାଇଥିବା ନକଲି ନୋଟ୍ ମାନଙ୍କ ଭିତରେ ୫୬ପ୍ରତିଶତ ଭାଗ ୨ହଜାର ଟଙ୍କିଆ ନୋଟ୍ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.